#Breaking News #Uncategorized

ଶିକ୍ଷା ଏମିତି ଏକ ଅସ୍ତ୍ର ଯାହାକୁ ପ୍ରୟୋଗ କରି ସାରା ବିଶ୍ବ କୁ ପରିବର୍ତ୍ତନ କରାଯାଇପାରେ : ଅଂଶୁମାନ ପ୍ରିୟ ଦର୍ଶନ


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଦେଶ ମହାମାରୀ କରୋନା ରେ କବଳିତ ଥିବାରୁ ସବୁ କିଛି ଠପ ହୋଇ ଯାଇଛି l ସେଥି ମଧ୍ୟରୁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି କହିଲେ ଅତି୍ୟୁକ୍ତି ହେବ ନାହିଁ l ଏ ସବୁକୁ ଆଖି ଆଗରେ ରଖି ୟୁଥ ଅଫ କନ୍ଧମାଳ ଆରମ୍ଭ କରିଛି ଏକ ନିଆରା ପ୍ରୟାସ l ପ୍ରଥମେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସୁଦ୍ରୁକୁମ୍ପା ପଞ୍ଚାୟତରେ ଥିବା ଆଡିମୁଣ୍ଡା, ଚୁଚୁରୁଡ଼ା, ଯାର୍ଗିଶୋରୁ ଏହି ତିନୋଟି ଗାଁରେ ୟୁଥ ଅଫ କନ୍ଧମାଳର ଟିମ ପହଂଚି ଅଞ୍ଚଳ ବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସବୁ ଅସୁବିଧା ଭିତରୁ ପେଟର ଭୋକ କୌଣସି ଉପାୟରେ ଭରି ଯାଉଛି କିନ୍ତୁ ଶିକ୍ଷାର ଭୋକ କେହି ମେଣ୍ଟାଇ ପାରୁନାହାନ୍ତି ବୋଲି ଟିମ ଆଗରେ ବଖାଣି ଥିଲେ l ଯାହାକି କରୋନା ଯୋଗୁଁ ବେଶି କ୍ଷତିଗ୍ରସ୍ତ ହୋଇ ଯାଇଛି l ଦୁଃଖ ର ବିଷୟ ଯେ ପିଲାଙ୍କୁ ଖୋଜିଲା ବେଳକୁ କାହାର ମଧ୍ୟ ପିଲା ଘରେ ନଥିଲେ, ପ୍ରାୟ ପିଲା ମାନେ ଜଙ୍ଗଲ କୁ ଆମ୍ବ ଓ ଅନ୍ୟାନ୍ୟ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯାଇଥିଲେ। ସେ ଅସୁବିଧା କୁ ଦେଖି ୟୁଥ୍ ଅଫ କନ୍ଧମାଳ ର କିଛି ଯୁବ ବନ୍ଧୁ ଉକ୍ତ ଗାଁ ରେ କରୋନା ସଚେତନତା , ମାସ୍କ ବଣ୍ଟନ ସହ କରୋନା ମହାମାରୀ ଯୋଗୁ ଶିକ୍ଷା ବାତାବରଣ ରୁ ଦୂରକୁ ଚାଲି ଯାଇଥିବା ଗାଁ ର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଏକତ୍ରିତ କରି ସାମାଜିକ ଦୂରତା ବଜାୟ ରଖି ପାଠ ପଢ଼ାଇଥିଲେ । ଏବଂ ଏହି କାର୍ଯ୍ୟ ଆଗାମୀ ଦିନରେ ସପ୍ତାହନ୍ତ ୨ ଦିନ ପ୍ରତ୍ୟେକ ଗାଁ ରେ ପାଠ ପଢ଼ାଇବା ପାଇଁ ଯୋଜନା ରହିଛି ବୋଲି ୟୁଥ୍ ଅଫ କନ୍ଧମାଳ ସଭାପତି ଅଂଶୁମାନ ପ୍ରିୟଦର୍ଶନ ପ୍ରକାଶ କରିଛନ୍ତି l ଏହି ଟିମ ର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ସିଦ୍ଧାର୍ଥ ନାୟକ ଙ୍କ ଅବଦାନ ତଥା ବିବେକ ଭାଇ, ସୋମ୍ୟାଜିତ୍ ତ୍ରିପାଠୀ,ଶିବ ସୁନ୍ଦର ସାହୁ, ଲଳିତ ପ୍ରଧାନ ପ୍ରମୁଖ ଙ୍କ ବଳିଷ୍ଠ ଯୋଗଦାନ ରେ ସଫଳ ହୋଇପାରିଛି।

Leave a comment

Your email address will not be published. Required fields are marked *