#Breaking News #District

ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଲେ ଆଇନଜୀବୀ ଵିଜୟ ଲଷ୍ମୀ


ଫୁଲବାଣୀ ( ଉଲ୍ଲାପ୍ର )
ଓଡ଼ିଶା ସରକାରଙ୍କ ଗୃହ ବିଭାଗରେ ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଛନ୍ତି ଫୁଲବାଣୀ ଓକିଲ ସଂଘର ସଦସ୍ୟା ବିଜୟ ଲଷ୍ମୀ ଭୋଇ। ସୂଚନା ଅନୁସାରେ ଏହି ପଦବୀଟି ନୂତନ ଭାବରେ ସୃଷ୍ଟି କରାଯାଇଅଛି l ୯୦ଟି ପଦଵୀ ପାଈଁ ପରୀକ୍ଷା କରାଯାଇଥିଲା l ସେଥିମଧ୍ୟରୁ ୬୨ ଜଣ କୃତକାର୍ଯ୍ୟ ହୋଇ ୧୩/୦୭/୨୩ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଲୋକସଭା ଭବନର କନଭେନସନ ହଲ ଠାରେ ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ l
ସୁଶ୍ରୀ ବିଜୟ ଲଷ୍ମୀ ଭୋଇଙ୍କୁ ଓକିଲ ସଙ୍ଘ ପକ୍ଷରୁ ସଭାପତି ଭଗବାନ ମହାନ୍ତି,ଉପସଭାପତି ବିଣାପାଣୀ ପ୍ରଧାନ ଓ ସମ୍ପାଦକ କମଳ କୁମାର ବେହେରାଙ୍କ ସମେତ ସରକାରୀ ଓକିଲ ଅସୀମ ପ୍ରହରାଜ ଓ ସମସ୍ତ ଆଇନଜିବୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଗତକାଲି ସରକାରୀ ସ୍ଵତନ୍ତ୍ର ପିପି ଅସୀମ ପ୍ରହରାଜ ଏବଂ ତାଙ୍କ ଅଫିସର ସହକାରୀ ଆଇନଜୀବୀ ଦୁର୍ଗା ଶଙ୍କର ପଟ୍ଟନାୟକ, ପ୍ରଦୀପ୍ତ ରଞ୍ଜନ ନାୟକ,ସାଇ ଚନ୍ଦନ ସାହୁ ପ୍ରମୁଖ କୃତଜ୍ଞତା ଜଣାଇବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି l

Leave a comment

Your email address will not be published. Required fields are marked *