#Breaking News

ସିବିଏସଇ ଆଇସିଏସଇ ନିଷ୍ପତ୍ତି କୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ରେ କରାଯାଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଆଇସିଏସ୍ଇ) ଦ୍ୱାରା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଢ଼ାଞ୍ଚାର ମୂଲ୍ୟାଙ୍କନ ପାଇଁ ବୋର୍ଡ ଦ୍ୱାରା ଅଣାଯାଇଥିବା ମୂଲ୍ୟାଙ୍କନ ସ୍କିମ୍ କୁ ସୁପ୍ରିମ କୋର୍ଟ ମଞ୍ଜୁର କରିଛନ୍ତି। ଅପର ପକ୍ଷରେ କୋଭିଡ -୧୯ ପରିସ୍ଥିତି କାରଣରୁ ପରୀକ୍ଷା ବାତିଲ କରିବାକୁ ସିବିଏସ୍ଇ ଏବଂ ଆଇସିଏସ୍ଇର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶୀର୍ଷ କୋର୍ଟରେ ଅନେକ ଆବେଦନ କରାଯାଇଥିଲା ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି।
ଜଷ୍ଟିସ ଏମ ଖାନୱିଲକରଙ୍କ ନେତୃତ୍ୱରେ ତଥା ଜଷ୍ଟିସ ଦୀନେଶ ମହେଶ୍ୱରୀଙ୍କୁ ନେଇ ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି ଯେ ଛାତ୍ରମାନଙ୍କ ଜୀବନ ବହୁମୂଲ୍ୟ ଏବଂ ଏହି ମହାମାରୀ ସମୟରେ ସେମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ।

Leave a comment

Your email address will not be published. Required fields are marked *