#Breaking News

କଟକରେ ରାଜ୍ୟ କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଟକ(,ଉଲାପ୍ର)ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟକାର୍ଯ୍ୟକାରିଣୀ ଶାରଳା ଭବନ,କଟକ ଠାରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଓ ରାଜ୍ୟ ପ୍ରଭାରୀ ତଥା ଛତିଶଗଡ଼ ର ପୁର୍ବତନ ମନ୍ତ୍ରୀ


କୃଷକ ମୋର୍ଚ୍ଚା ଓଡ଼ିଶା ପ୍ରଭାରୀ ତଥା ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତୀ ପିଙ୍କି ଶିବରାଜ ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର
କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ବିଜୟ ଖଲକୋ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦୀଲୀପ ସ୍ୱାଇଁ,
କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ ବାଗ ,
କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କାମାକ୍ଷା ପ୍ରଧାନ,ବିଜେପିର ବରିଷ୍ଠ ନେତା ଶ୍ରୀ ରଞ୍ଜନ ପଟେଲ ଓ କଟକନଗର ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଆଦି ମଞ୍ଚରେ ଉପସ୍ଥିତ ରହି ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟକାରିଣୀ ଉଦଘାଟନ କରିଥିଲେ। ରାଜ୍ୟରେ କୃଷକ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାରର କୃଷକ ବିରୋଧୀ ନୀତିଗୁଡିକୁ ତୀବ୍ର ଭର୍ତ୍ସନା କରିଥିଲେ ନେତୃବୃନ୍ଦ।କଟନି ଛଟନି ଦ୍ୱାରା କ୍ଷତି କରାଉଥିବା ଗୋଟିଏ ମଧ୍ୟ ମିଲରଙ୍କୁ ଗିରଫ ନକରିବା,ଗତ ବାତ୍ୟାରେ କ୍ଷୟକ୍ଷତି ଆକଳନ କରିବାକୁ କେନ୍ଦ୍ରୀୟ ଟିମକୁ ସରକାର ଙ୍କ ଅସହଯୋଗ ରାଜ୍ୟସରକାର ଙ୍କ ଚାଷୀ ବିରୋଧୀ ନୀତି ବୋଲି ଅଭିହିତ କରିଥିଲେ ଶ୍ରୀ ପୁରୋହିତ।ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଲେ,ମୋଦି ସରକାରଙ୍କ ବିସ୍ତୃତ କୃଷକ କଲ୍ୟାଣ କାରୀ ଯୋଜନାର ସୁଫଳ ଗାଁ ଗହଳି ର ଚାଷୀଙ୍କ ଉପକାରରେ ଆସିବାପାଇଁ ତଥା ବିଜେଡି ଦଲାଲ କବଳରୁ ଚାଷୀଙ୍କୁ ରକ୍ଷା କରିବା ପାଇଁ, ସମସ୍ତ ବିଜେପି ର ମୋର୍ଚ୍ଚା କାର୍ଯ୍ୟକର୍ତା ତୃଣ ମୂଳ ସ୍ତରକୁ ଯିବା ଆବଶ୍ୟକ।ରାଜ୍ୟ ଉପସଭାପତି ଶ୍ରୀ ହୃଷିକେଶ ଜେନା କାର୍ଯ୍ୟକାରିଣୀ ରେ ଚିଠା ପ୍ରସ୍ତାବ ପାରିତ ଆଗତ କରି ମୋଦିଜୀଙ୍କୁ କରୋନା କାଳରେ ଚାଷୀଙ୍କୁ ସହାୟତା ପାଇଁ ଧନ୍ୟବାଦ ଦେଇଥିଲେ।ଚିଠା ପ୍ରସ୍ତାବ ରେ ଧାନ କିଣାରେ ଚାଷୀକୁ ଶୋଷଣ,ମରୀଚିକା ପଛରେ ଜଳସେଚନ, ଚାଷ ପାଇଁ ବିଦ୍ୟୁତ ଛାଡ଼ ନକରିବା,ପ୍ରାକୃତିକ ବିପର୍ଯ୍ୟୟ ରେ କୃଷି,କୃଷକ ନାମରେ କେନ୍ଦ୍ର ଅର୍ଥ ହଡପ,ଆଳୁ ମିଶନ ଓ ଶୀତଳ ଭଣ୍ଡାର ଗଲା କୁଆଡେ,ଚାଷୀଙ୍କ ପାଈଁ ଉପକରଣ ରେ ଦୁର୍ନୀତିର ଗନ୍ଧ ଆଦି ବିଷୟକୁ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରାଯାଇଥିଲା।କେନ୍ଦ୍ରସରକାର ଙ୍କ କୃଷିନୀତିରେ ଚାଷୀ ଅନ୍ନଦାତା ସହ ହେବେ ଅନ୍ନଦାତା ଏବଂ କୃଷିର ଉନ୍ନତି ପାଇଁ ୧୧ ଟି ଜନକଲ୍ୟାଣ ଯୋଜନାକୁ ପ୍ରଶଂସା କରାଯାଇଥିଲା।ସମାରୋପ ଭାଷଣ ଦେଇଥିଲେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲଖ ପ୍ରସାଦ ମହାପାତ୍ର।ରାଜ୍ୟର ସମସ୍ତ ଜିଲ୍ଲା ସଭାପତି ଓ ସାଧାରଣ ସମ୍ପାଦକ ମାନଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ର ଶତାଧିକ କାର୍ଯ୍ୟକର୍ତା ଏଥିରେ ଯୋଗଦେଇଥିଲେ।ରାଜ୍ୟର ବରିଷ୍ଠ ନେତା ଶ୍ରୀ ଯତୀନ ମହାନ୍ତି,ଶ୍ରୀ ଠାକୁର ରଣଜିତ ଦାସ, ଶ୍ରୀ କୃଷ୍ଣଚନ୍ଦ୍ର ଜଗଦେଵ,ଶ୍ରୀ ମହେଶ୍ୱର ସାହୁ, ଶ୍ରୀ ଦିଲ୍ଳୀପ ମଲ୍ଲିକ,ଶ୍ରୀ ରାମ ପାତ୍ର, ଶ୍ରୀରଞ୍ଜନ ମଙ୍ଗରାଜ,ଶ୍ରୀ ଦୁର୍ଯ୍ୟୋଧନ ସାହୁ,ଶ୍ରୀ ଅଜୟ ସ୍ବାଇଁ,ଶ୍ରୀ ବିଶ୍ୱଜିତ ସ୍ୱାଇଁ,ଶ୍ରୀ ନୟନ କିଶୋର ମହାନ୍ତି, ଶୁଭ୍ରାଂଶୁ ପାଢ଼ୀ,ବ୍ରଜେନ୍ଦ୍ର ରାୟ,ଶ୍ରୀ ସତ୍ୟବାଦୀ ଚଇନି,ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା,ଶ୍ରୀମତୀ ସ୍ମୃତି ପଟ୍ଟନାୟକ,ଶ୍ରୀମତୀ ରଶ୍ମିରେଖା ଦାସ,ଶ୍ରୀ ରଣଜିତ ବୋଷ ,ଶ୍ରୀ ସୁଶାନ୍ତ ମହାନ୍ତି ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *