#Uncategorized

ବାଲିଗୁଡା:ବିଦ୍ୟାଳୟ ପାଚେରୀ ଭୁଷୁଡ଼ି ଛାତ୍ରୀଙ୍କ ମୃତ୍ୟୁ :ଦୁଇ ଜଣ ଗୁରୁତର ମେଡିକାଲରେ ଚିକିତ୍ସାଧୀନ


ବାଲିଗୁଡା,(ଉଲାପ୍ର): ହସ ଖୁସିରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ୩ ଜଣ ପିଲାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିବାରୁ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି। ଏହା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଛାତ୍ରୀଜଣଙ୍କ ହେଲେ ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲକାଟି ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଝିଅ ରିଷିକା ପ୍ରଧାନ(୧୧)। ସେହିପରି ଗୁରୁତର ହୋଇଥିବା ଦୁଇ ଜଣ ଛାତ୍ର ହେଲେ ଭୀମସେନ ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ (୧୨) ଓ ଜମ୍ବୁ ପ୍ରଧାନଙ୍କ ପୁଅ ଶୁଭମ ପ୍ରଧାନ (୧୨)।ସୂଚନା ମୁତାବକ, ବେଲକାଟି ଅଙ୍ଗନବାଡ଼ି କେନ୍ଦ୍ରରେ ବୁଧବାର ମଶାରି ବଣ୍ଟନ ହେଉଥିଲା l ଏଥିପାଇଁ ଗ୍ରାମର ସବୁ ମା’ ମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ l ତେବେ ଉକ୍ତ ତିନି ଜଣ ପିଲା ସେମାନଙ୍କ ମା’ ଙ୍କ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ମଶାରି ପାଇଁ ଯାଇଥିଲେ l ମଶାରି ବଣ୍ଟନ ଚାଲିଥିବା ବେଳେ ଉକ୍ତ ତିନି ଜଣ ସ୍ଥାନୀୟ ବେଲକାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରକୁ ଯାଇ ଖେଳିଥିଲେ l ଏହି ସମୟରେ ହଠାତ୍ ତାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିଥିଲା l ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ରିଷିକାକୁ ଡାକ୍ତର ମୃତ ଘୋଷାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଛାତ୍ରଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

Leave a comment

Your email address will not be published. Required fields are marked *