#Exclusive

୩ ନୂଆ ସଂକ୍ରମିତ ଚିହ୍ନଟ, ୧୫୦ ଆଇଡିଏସପି ନିରୀକ୍ଷଣ ବ୍ୟବସ୍ଥାରେ ରକ୍ତନମୁନା ପରୀକ୍ଷା ଲାଗି ୫୨ଟି ପରୀକ୍ଷାଗାର କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : ଦେଶରେ ନୋଭେଲ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ଆଉ ତିନି ଜଣଙ୍କୁ
ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ଇରାନ ଯାତ୍ରାରୁ ଫେରିଥିବା ଦୁଇ ଜଣ ଲଦାଖବାସୀ ଏବଂ ଓମାନରୁ ଫେରିଥିବା ଜଣେ ତାମିଲନାଡ଼ୁ ନାଗରିକ। ଏମାନଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ବର୍ତ୍ତମାନ ଡାକ୍ତରଖାନାରେ ୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଅନ୍ୟପକ୍ଷରେ ପ୍ରଥମେ ସଂକ୍ରମିତ ହୋଇଥିବା କେରଳର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଯାଇଛନ୍ତି।
ଭୂଟାନରେ ଜଣେ ଆମେରିକୀୟ ନାଗରିକ କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାଯାଇଛି। ୧୫୦ ଜଣଙ୍କୁ ବର୍ତ୍ତମାନ ଆଇଡିଏସପି ନିରୀକ୍ଷଣ ବ୍ୟବସ୍ଥା ମଧ୍ୟରେ ରଖାଯାଇଛି।

Leave a comment

Your email address will not be published. Required fields are marked *