#Breaking News

ଗୋଡ଼ିପୋଖରୀ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନରେ ବିଲମ୍ଭ ହେତୁ ଅସନ୍ତୋଷ ହୋଇ ରାସ୍ତା ରୋକ କଲେ ଅଂଚଳ ବାସୀ

ଢେଙ୍କାନାଳ,ଢେଙ୍କାନାଳ ସହରର 15 ନମ୍ବର ୱାର୍ଡସ୍ଥିତ ଗୋଡିପୋଖରୀ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନେବାରେ ଜିଲ୍ଲା ପ୍ରଶାସନ ର ଅପାରଗତା କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖାଯାଇଥିଲା । ଏଥି ସମ୍ବନ୍ଧରେ ଅଂଚଳବାସୀ ବାରମ୍ବାର ଏହା ଆଗରୁ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ଏଥିପ୍ରତି ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆଜି ଅଞ୍ଚଳବାସୀ ବାଧ୍ୟହୋଇ ଜଗନ୍ନାଥ ରୋଡ଼ କୁ ଅବରୋଧ କରି ରଖିଥିଲେ । ଗୋଡ଼ିପୋଖରୀ କୁ ଜଣକ ନାମକୁ ନିଲାମ କରାଯାଇଥିବା ବେଳେ କିଭଳିଭାବେ 7ଜଣ ବ୍ୟକ୍ତିଙ୍କ ନାମରେ କବଲା ବାହାରିଥିଲା ତାହାକୁ ନେଇ ଅଂଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ତେଣୁ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରିବା ସହ ଦୋଷୀ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିବା ସହିତ ଏହା ଆଗରୁ ଦୁଇ ଦୁଇ ଥର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ । କିନ୍ତୁ ଆଜି ଯାଏଁ ଜିଲ୍ଲା ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାଦ୍ୱାରା ଆଜି ଉତ୍ୟକ୍ତ 15 ନମ୍ବର ୱାର୍ଡ ର ବାସିନ୍ଦା ମାନେ ରାସ୍ତାକୁ ଅବରୋଧ କାରୀରଖିଥିଲେ ।ଆଜିର ଏହି ଜନଆନ୍ଦୋଳନରେ ବରିଷ୍ଠ ଆଇନଜୀବୀ ଦୀପକ କୁମାର ପଟ୍ଟନାୟକ,ପୂର୍ବତନ କାଉନସିଲର ରିଲି ସାହୁ ,ଅନୁସୟା ଦଳେଇ, ବିଷ୍ଣୁପ୍ରିୟା ରଥଙ୍କ ସମେତ 200ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ଟାଉନ ଥାନା ଅଧିକରିଣୀ , ସଦର ତହସିଲଦାର, ସଦର ଉପଜିଲାପାଳ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଏକ 10ଜଣ କମିଟି ଜିଲ୍ଲାପାଳଙ୍କ ପାଖକୁ ଯାଇ ଏକ ବୈଠକ ମାଧ୍ୟମରେ ଆଲୋଚନା କରିଥିଲେ । ଯଥାଶୀଘ୍ର ଜିଲ୍ଲାପ୍ରଶାସନ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି ପ୍ରତିଶୃତି ଦେବାପରେ ଅଞ୍ଚଳବାସୀ ରାସ୍ତା ରୋକ ରୁ ହଟିଥିଲେ ।

Leave a comment

Your email address will not be published. Required fields are marked *