#Breaking News

କୋଟଗଡ଼ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା


କୋଟଗଡ଼ ତା -:୧୫/୦୭(ସୁନୀଲ ପଟନାୟକ )
ଗୁରୁବାର କୋଟଗଡ଼ ପୋଲିସ ପକ୍ଷରୁ କୋଟଗଡ଼ ରେ ସଡ଼କ ସୁରୁକ୍ଷା ଜୀବନ ରକ୍ଷା ର ସଚେତନ ବାର୍ତା ଦେଇଛନ୍ତି । ଗୁରୁବାର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଧିରଜ ଲେଙ୍କା ଙ୍କ ନେତୃତ୍ୱ ରେ ପୁରା ପୁଲିସ ଟିମ ସହର ବୁଲି ସଡ଼କ ସୁରକ୍ଷା ର ସଚେତନ ବାର୍ତା ଦେଇଛନ୍ତି । ଏହି ସମୟରେ ଲେଙ୍କାଙ୍କ ଦଳ ସାରା କୋଟଗଡ଼ ବଜାର ବୁଲି ଜନସଚେତନ କରାଇଥିଲେ ।ଯଉଁମାନେ ହେଲମେଟ ପିନ୍ଧିଛନ୍ତି ସେମାନଙ୍କୁ ପ୍ରଶଂସା କରୁଥିଲେ ଓ ଚକଲେଟ
ଦେ ଉଥିଲେ ।ଯେଉଁମାନେ ବିନା ହେଲମେଟ ରେ ଆସୁଥିଲେ ତାଙ୍କୁ ହେଲମେଟ ପିନ୍ଧିବା ଓ ଜୀବନ ରକ୍ଷା କରିବା ଉପରେ ବୁଝାଉଥିଲେ । ଏହି ସମୟରେ ଶ୍ରୀ ଲେଙ୍କାଙ୍କ ସହ ଏସ ଆଇ ବିକ୍ରମ ଦେହୁରୀ , ସେକେଣ୍ଡ ଅଫିସର ରାଜେଶ ହରିଚନ୍ଦନ , ସେକେଣ୍ଡ ଅଫିସର ନିଳା ଞ୍ଚଳ ଜେନା , ଏସ ଆଇ. ପ୍ରଶାନ୍ତ ମଳିକ ଓ ଏସ ଆଇ କଂହର ଙ୍କ ସମେତ ସମେତ ବହୁ ପୁଲିସ କର୍ମଚାରୀ,ଗୃହରକ୍ଷୀ ସାମିଲ ଥିଲେ ।

Leave a comment

Your email address will not be published. Required fields are marked *