#Uncategorized

ବିଜେଡି ପାର୍ଟି ଅଫିସ ରେ ଭତ୍ତା ବାଣ୍ଟିବା ଘଟଣା ଆଠଗଡ ପାଇଁ କଳାଦିନ କହିଲା କଂଗ୍ରେସ, ଆଗକୁ ନ୍ୟାୟିକ ଲଢେଇ ଲଢ଼ିବା ସହିତ ଲୋକାୟୁକ୍ତ ଙ୍କୁ ଅଭିଯୋଗ କଲା


ଆଠଗଡ(ଉଲାପ୍ର)ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ବିଜେଡି କାର୍ଯ୍ୟଳୟ ରେ ଭତ୍ତା ବାଣ୍ଟିବା ଘଟଣାକୁ ନେଇ ଆଠଗଡ କଂଗ୍ରେସ ଦୃଢ ବିରୋଧ କରିବା ସହିତ ଏହା ଆଠଗଡ ବାସୀଙ୍କ ପାଇଁ କଳାଦିନ ବୋଲି ଅଭିଯୋଗ କରିଛନ୍ତି ଆଠଗଡ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲଭ ରଥ,ଦଳୀୟ ପାର୍ଟି ଅଫିସ ଠାରେ ଏକ ସାମ୍ବାଦିକ ସମିଳନୀ କରି ଉମାବଲଭ ରଥ କଡା ଭାଷାରେ ବିଧାୟକ ରାଜା ସ୍ୱାଇଁଙ୍କୁ ଭର୍ଶନା କରିବା ସହିତ ଜଣେ ମନ୍ତ୍ରୀ ହୋଇ କିପରି ଭାବେ ସରକାରୀ କାର୍ଯ୍ୟକ୍ରମ ନିଜ ବାସଭବନ ତଥା ପାର୍ଟି କାର୍ଯ୍ୟଳୟ ରେ ଦଳୀୟ କର୍ମକର୍ତା ଙ୍କୁ ଭତ୍ତା ବଣ୍ଟନ କଲେ ଜଣେ ସରକାରୀ ଅଫିସର,ଏହା ସରକାରଙ୍କର ଗାଇଡ଼ ଲାଇନ କୁ ବେଖାତିର କରୁଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତାମାନେ,ଏ ସମ୍ପର୍କରେ ଏକ ଅଭିଯୋଗ ପତ୍ର କଂଗ୍ରେସ ନେତା ଉମା ରଥ ମୁଖ୍ୟମନ୍ତ୍ରୀ ଙ୍କୁ ଇମେଲ ଜରିଆରେ ପ୍ରଦାନ କରିବା ସହିତ ଲୋକାୟୁକ୍ତଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି,ଆଗାମୀ ଦିନରେ ଏହି ଘଟଣା ନ୍ୟାୟାଳୟ ପର୍ଯ୍ୟନ୍ତ ଯିବ ବୋଲି କହିଛନ୍ତି ଉମାରଥ,ସେ କେବଳ ଆଠଗଡ ଏ ନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୋଷ ଦେଉନାହାନ୍ତି,ଏଥିରେ ଆଠଗଡ ଉପଜିଲାପାଳ ମଧ୍ୟ ସମଦୋଷୀ ରହିଛନ୍ତି,କାରଣ ସେ ଏ ନ ଏ ସିର ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି,ସେ କେମିତି ଜାଣି ପାରିଲେ ନାହିଁ ଭତ୍ତା ବଣ୍ଟନ ବିଜେଡି ପାର୍ଟି ଅଫିସରେ ହେଉଛି ତାହା ପୁଣି ସମ୍ପୂର୍ଣ୍ଣ ଦଳୀୟ ଭିତ୍ତିରେ ହେଉଛି ବୋଲି,ଏଥିରେ ଜଣ ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ମହିଳା ଅଧିକାରୀଙ୍କୁ ତଳିଆ କର୍ମଚାରୀ ଫସାଇ ଦେଇ ନାହାନ୍ତି ବୋଲି ଏବେ ଚର୍ଚ୍ଚାର ବିଷୟ ହୋଇଛି,ଏହି ସାମ୍ବାଦିକ ସମିଳନୀ ରେ କଂଗ୍ରେସ ନେତା ସୁଦର୍ଶନ ସାହୁ,ସମବାୟ ନେତା ଅଶୋକ ଦାଶ, କଟକଜିଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

Leave a comment

Your email address will not be published. Required fields are marked *