#Breaking News

କରୋନାର ଦ୍ୱିତୀୟ ଲହର ପରେ ମଧ୍ୟ ଗୁମାଗଡ଼ ପଞ୍ଚାୟତକୁ ଛୁଇଁ ପାରିନି


କନ୍ଧମାଳ,୨୦/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା ବିସ୍ତାର କରି ଚାଲିଛି । ଏହି ସଂକ୍ରମଣରେ କେତେ ଜୀବନ ହାନି ହେବାସହ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲାଇ ଦେଇଛି । ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏମିତି କିଛି ଗ୍ରାମ ରହିଛି ଯେଉଁଠାରେ ଆଜିବି କରୋନା ସଂକ୍ରମଣ ସ୍ପର୍ଶ କରିପାରିନାହିଁ । ଏହା କେବଳ ସମ୍ଭବ ହୋଇ ପାରିଛି ନିଜ ନିଜ ଭିତରେ ସଚେତନତା ଯୋଗୁଁ । କରୋନା ମହାମାରୀ ତାର କାୟା ବିସ୍ତାର କରୁଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍‌ ଡାଉନ ଓ ସଟ୍‌ ଡାଉନ ଭଳି ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି । ମୁହଁରେ ମାକ୍ସ ହାତକୁ ଧୋଇବା ଓ ସାମାଜିକ ଦୂରତା ଏଭଳି କିଛି ନିୟମକୁ ମୁଖ୍ୟ ଅସ୍ତ୍ର କରିଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏମିତି କିଛି ଗ୍ରାମ ରହିଛି ଯେଉଁଠାରେ ଆଜିବି କରୋନା ସଂକ୍ରମଣ ସ୍ପର୍ଶ କରିପାରିନାହିଁ । ଫୁଲବାଣୀ ବ୍ଲକର ଗୁମାଗଡ଼ ପଞ୍ଚାୟତର ଛଅଟି ଗ୍ରାମ ରହିଛି ଯେଉଁଠାରେ ପ୍ରଥମ ଓ ଦ୍ୱିତୀୟ ଲହରି ପରେ ମଧ୍ୟ କରୋନା ସ୍ପର୍ଶ କରିପାରିନାହିଁ ।ରୁବି ପିଡ଼ିଆ, ଦଲପଡ଼ା, କେନ୍‌ପାଜୁ ଏମିତି କିଛି ଗ୍ରାମ ରହିଛି । ଏହି ଗ୍ରାମରେ ୩୦୦ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ଫୁଲବାଣୀ ସଦର ମହକୁମା ଠାରୁ ୨୫ କିଲୋମିଟର ଦୂରରେ ଏହି ଗ୍ରାମ ରହିଛି । ଏହି ଗ୍ରାମରେ ରହୁଥିବା ଗ୍ରାମବାସୀ ଆଦିବାସୀ ହେଲେବି କରୋନା ମହାମାରୀକୁ ନେଇ ବେଶ୍‌ ସଚେତନ ରହିଛନ୍ତି । ଏହି କରୋନା ମୁକ୍ତ ଗ୍ରାମରେ ରହୁଥିବା ଗ୍ରାମବାସୀଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଇଛି କିନ୍ତୁ ସବୁ ନେଗଟିଭ୍‌ ରହିଛି । ଗ୍ରାମବାସୀଙ୍କ କହିବା କଥା ଆମେ କରୋନା ସଂକ୍ରମଣ ପାଇଁ ବେଶ୍‌ ସଚେତନ ଅଛୁ । ମାକ୍ସ ପିନ୍ଧିବା ବାରମ୍ବାର ହାତ ଧୋଇବା କରୋନାର ନିୟମାବଳୀକୁ ଆମେ ମାନି ଚଳୁଛୁ । ଗ୍ରାମରେ ବାହାର ବ୍ୟକ୍ତି ଆସିଲେ ତାଙ୍କୁ କରୋନା ବିଷୟରେ ସଚେତନ କରି ଭଲରେ ହାତ ଧୋଇବାକୁ ମଧ୍ୟ ପରାମର୍ଶ ଦେଉଛୁ । ଯଦି ଗ୍ରାମରୁ କେହି ବାହାରକୁ ଯାଉଛନ୍ତି ତାହାହେଲେ ମାକ୍ସ ପିନ୍ଧି ହାତରେ ସାନିଟାଇଜରର ବ୍ୟବହାର କରୁଛନ୍ତି । ନିଜ ଗ୍ରାମରେ ଆଗଭଳି ଯେମିତି ଚଳୁଥିଲେ ସେହିଭଳି ଚଳୁଛୁ । ଆଗକୁ ମଧ୍ୟ ସଚେତନ ଜାରୀ ରଖି କରୋନାକୁ ପୁରାଇ ଦେବୁନାହିଁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

Leave a comment

Your email address will not be published. Required fields are marked *