#Breaking News #Uncategorized

ମେଡିକାଲ ଜମିରେ ଜଗନ୍ନାଥ ମନ୍ଦିର ନିର୍ମାଣ, ସମାଜସେବୀ ଙ୍କୁ ଧମକ

ଫୁଲବାଣୀ –ସୁନୀଲ ପଟନାୟକ )କନ୍ଧମାଳଜିଲ୍ଲା କ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବେ ଆଇନ୍ ଜଗନ୍ନାଥ ମନ୍ଦିର ନିର୍ମାଣ ର ଗୁମର ଖୋଲିବା ପରେ କାର୍ଯ୍ୟନୁଷ୍ଠାନ ଭୟରେ ସମାଜସେବୀ ଙ୍କୁ ଧମକ l କ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ କ ନୂଆଗାଁ ତହସିଲ ର କଞ୍ଜମେଣ୍ଡି ମୌଜା ଖାତା ନମ୍ବର ୧୩୫୧ ପ୍ଲଟ ନମ୍ବର ୨୩୫ ଏରିଆ୩’ ୫୬୮ ଆର୍ ସ୍ବାସ୍ଥ୍ୟ ବିଭାଗ ଜମି ଉପରେ କ ନୂଆଗାଁ ବ୍ଲକ୍ ରୁ ସ୍ପେଶିଆଲ ପ୍ରୋବେଲମ ଫଣ୍ଡ ତରଫରୁ ଜଗନ୍ନାଥ କମ୍ୟୁନିଟ ହଲ ନିର୍ମାଣ ୨୦୨୮/୧୯ ଆର୍ଥିକ ବର୍ଷରେ ଅର୍ଥ ମଞ୍ଜୁର ହୋଇଥିଲା ଆଉ ଉକ୍ତ ଜମି ଉପରେ ରେ ୨୯୧୯ ମସିହାରେ ଠିକାଦାର କୃଷ୍ଣ ମୋହନ ପାଣିଗ୍ରାହୀ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ତେବେ ଏ ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବାପରେ 21/11/2019 ରିଖ ଦିନ ତହସିଲ ପକ୍ଷରୁ ଡିମାର୍କେସନ୍ ହୋଇ ଥିଲା ଏବଂଏହା ସରକାରୀ ଜମି ବୋଲି ଜଣାପଡିବା ପରେ ବେ ଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ଥିଲା l ଉକ୍ତ ଜମିରେ ଏବେ ପୁନର୍ବାର କମ୍ୟୁନିଟି ହଲ ନା ରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ଜଗନ୍ନାଥ ମନ୍ଦିର କମିଟିର ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀଙ୍କ ନେତୃତ୍ବରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ସରିବା ପରେ ଏବେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି l ଏନେଇ କ ନୂଆଗାଁ ଅଞ୍ଚଳର ଜଣାଶୁଣା ସମାଜସେବୀ ବିଜୟ କୁମାର ସାହୁ ଟ୍ୱି ଟ ଯୋଗେ ବେ ଆଇନ ମନ୍ଦିର ନିର୍ମାଣ ସମ୍ପର୍କ ରେ ବିଭାଗୀୟ ଅଧିକାରୀ, କନ୍ଧମାଳ ଜିଲ୍ଲାପାଳ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ, ମୁଖ୍ୟ ମନ୍ତ୍ରୀ ଓଡ଼ିଶା ସରକାର ୫ଟି ସଚିବ ଙ୍କୁ ଅବଗତ କରିଥିଲେ l ଗୁମର ଖୋଲିବା ଓ କାର୍ଯ୍ୟାନୁଷ୍ଠାନ ଭୟରେ ଜଗନ୍ନାଥ କମିଟି ର ୩୦ରୁ ସଦସ୍ୟ ଗତରବିବାରସନ୍ଧ୍ୟାରେ କୁଆଡେ ସମାଜସେବୀ ବିଜୟ କୁମାର ସାହୁଙ୍କ ଘରକୁ ବ ଲେ ରୋ ଯୋଗେ ଯାଇ ବିଜୟଙ୍କ ଅନୁପସ୍ଥିତି ରେ ବିଜୟ ଙ୍କ ସ୍ତ୍ରୀ ଓ ପରିବାର ଲୋକଙ୍କୁ ଧମକ ଚମକ ଦେବସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି l ଜିଲ୍ଲାରେ କରୋନା ମହାମାରୀ ପାଇଁ ସପ୍ତାହନ୍ତ ସଟ ଡାଉନ୍ ଚାଲିଥିବା ବେଳେ ବୋଲେ ରୋ ଯୋଗେ ୨୫ ରୁ ୩୦ ଲୋକ ବଣ୍ଡଗୁଡା କେମିତି ଗଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଅତ୍ୟାବଶ୍ୟକ ସେବା ଗାଡ଼ିକୁ ଛାଡିଦେଲେ କୌଣସି ଗାଡ଼ି ଚାଲୁନାହି l ବ୍ଲକ୍ ର ଦୁଇଟି ଥାନା କ ନୂଆଗାଁ ଓ ସରଙ୍ଗଡ ଥାନା ରେ ଚେକିଂ କଡାକଡି ଚାଲିଛିl ବିନା ପାସ ରେ କାହାକୁ ଛାଡୁନି ପୋଲିସ୍ ତେବେ କେଉଁ ପାସ୍ ବଳରେ ଚାରି ଚକିଆ ଯାନ ରେ ଗଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ l ଏନେଇ ସମାଜସେବୀ ବିଜୟ ଟ୍ୱି ଟ ସାହାଯ୍ୟ ରେ କୁଆଡେ କନ୍ଧମାଳ ଏସ ପି, ଆଇଜି, ଡି ଜିପି ଓ ଗୃହ ବିଭାଗ ମନ୍ତ୍ରୀ ଦିବ୍ୟ ଶଙ୍କର ଓ ମୁଖ୍ୟ ମନ୍ତ୍ରୀ ଙ୍କୁ ଅବଗତ କରିଛନ୍ତି l ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ବେଆଇନ ନିର୍ମାଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବାସହିତ ଧମକ ଦେଇଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜ ସେବୀ ବେଞ୍ଜମିନ ନାୟକ ବରିଷ୍ଠ ଭା ଜ ପା ନେତା କମଳା ପାଣ୍ଡେ ଏବଂ ମିଳିତ ନାଗରିକ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ଅରୁପ ଜେନାପ୍ରମୁଖ ଦାବୀ କରିଛନ୍ତି l
ତେବେ ଅଭିଯୋଗ ସମ୍ପର୍କରେ ପ୍ରତି କ୍ରିୟା ନେବା ପାଇଁ ଜଗନାଥ ମନ୍ଦିର କମିଟି ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀ ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭ ଭ ହୋଇନଥିବାରୁ ମତାମତ ଦିଆଯାଇପାରି ନାହିଁ l
ତେବେ ଭବିଶ୍ୟତ ରେ କ ନୂଆଗାଁ ମେଡିକାଲ ର ସମ୍ପ୍ରସlରଣ କରିବା ପାଇଁ ପୁର୍ବରୁ ସରକାର ଏହି ଜାଗା ପ୍ରଦାନ କରି ଥିବା ବେଳେ ମନ୍ଦିର ନିର୍ମାଣ କରି ସ୍ଥାନ ସଂକୁଚିତ କରିବା କେତେଦୂର ସମୁଚୀନ ତାହା ଚିନ୍ତା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଛନ୍ତି l ନିକଟବର୍ତ୍ତୀ ଅନ୍ୟ ସ୍ଥାନ ରେ ମନ୍ଦିର ନିର୍ମାଣ କଲେ ଭ ଲ ହେବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି l

Leave a comment

Your email address will not be published. Required fields are marked *