#Breaking News

ପ୍ରେସକ୍ଳବ ପକ୍ଷରୁ ବଡ଼ଦିନ ପର୍ବ ପାଳିତ


ଫୁଲବାଣୀ 25/12(ସୁନୀଲ ପଟନାୟକ )
ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ବଡ଼ଦିନପର୍ବ ପାଳିତ ହୋଈ ଯାଇଛି l ଏହି ଅବସରରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭା ରେ ବରିଷ୍ଠସାମ୍ବାଦିକ ତଥା ଖ୍ରୀଷ୍ଟଧର୍ମାବଲମ୍ବି ଡ଼. ଅରୁପ ଜେନା ଓ ସଦସ୍ୟ ସୂର୍ଯ୍ୟ ନାରାୟଣ ବେହେରା
ଙ୍କୁ ପୁଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ପବିତ୍ର ବଡ଼ଦିନ ଅବସର ରେ ସମ୍ବ ର୍ଦ୍ଧିତ କରାଯାଇଥିଲା l ପ୍ରଥମେ
ସୂର୍ଯ୍ୟ ନାରାୟଣ ବେହେରା ବାଇବେଲ ର କିଛି ଅଂଶ ପାଠ କରି ଶୁଣାଇଥିଲେ ଓ ପ୍ରାର୍ଥ ନା କରିଥିଲେ ସେହିପରି ବରିଷ୍ଠ ସାମ୍ବାଦିକ ଡ଼.ଅରୁପ ଜେନା ପ୍ରଭୁ ଯୀଶୁ ଙ୍କ ଜନ୍ମ ବୃତାନ୍ତ ଓ ସ୍ନେହ ପ୍ରେମ, ଭାଇଚାରା ସଂମ୍ପର୍କରେ ମତ ବ୍ୟକ୍ତ କରିଥିଲେ l
ପରେ ଏକ୍ସ ମାସ କେକ କଟାଯାଇଥିଲା l
ସମସ୍ତ ଙ୍କ ମଧ୍ୟରେ ଭାତୃତ୍ଵ ଭାବ ସୃଷ୍ଟି କରିବା ପାଇଁ ପ୍ରଥମ ଥର ଏକ୍ସ ମାସ ପର୍ବ ପାଳନ କରାଯାଇଥିବାରୁଡ଼. ଜେନା ଓ ଶ୍ରୀ ବେହେରା ଙ୍କ ସମେତ ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଥିଲେ l
ଆଇନ ଜୀବି ବିଜୟ ପଟନାୟକ ଯୋଗ ଦେଇ ପ୍ରେସ କ୍ଲବ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ୠଖୁସି ବ୍ୟକ୍ତ କରିଥିଲେ l
ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେl
ଏହି କାର୍ଯ୍ୟକ୍ରମ କୁ ସାମ୍ବାଦିକ ଜୟାଶେନ ପରିଡା, ସହସମ୍ପlଦକ ରମେଶ ପ୍ରଧାନ, କେମେରାମେନ କାହ୍ନl ପଟନାୟକ, ବିଶ୍ୱରଂଜନ, କାହ୍ନ l ବେହେରା, ସିପୁନ, ପ୍ରମୁଖ ସହଯୋଗ କରିଥିଲେ l ଏଥିରେ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *