#Breaking News #Headlines #Slider #ରାଜ୍ୟ ଖବର

ସମମ୍ ସର୍ଜନଙ୍କ ସଫଳ ଚିକିତ୍ସା, ଲାରିଙ୍ଗୋମାଲାସିଆରେ ପୀଡିତ ଶିଶୁ ସୁସ୍ଥ ହେଲା*

ଭୁବନେଶ୍ୱର( ଉଲ୍ଲାପ୍ର )ସମ୍ ଅଲ୍ଟିମେଟ ମେଡିକେୟାର (ସମମ୍‌) ର ସର୍ଜନମାନେ ଲାରିଙ୍ଗୋମାଲାସିଆରେ ପୀଡିତ ଏକ ଶିଶୁର ସଫଳତାର ସହ ଚିକିତ୍ସା କରିଛନ୍ତି । ଶିଶୁଟି ଜନ୍ମରୁ ଲାରିଙ୍ଗୋମାଲାସିଆ ରୋଗରେ ପୀଡିତ ହୋଇ କଷ୍ଟ ପାଉଥିଲା।

ଏଭଳି ରୋଗରେ ପୀଡିତ ଚାରି ମାସର କୃଷ୍ଣଙ୍କ ଛାତି ଓ ବେକ ସହିତ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ପିତାମାତା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ରୋଗୀଙ୍କୁ ଶିଶୁ ଆଇସିୟୁକୁ ନିଆଯାଇଥିଲା ଏବଂ ପରବର୍ତ୍ତୀ ମୂଲ୍ୟାୟନ ପାଇଁ ଡାକ୍ତର ଅଜୟ କୁମାର ଗ।ହାନଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଇଥିଲା । ପରିବାର ଲୋକେ ସୂଚନା ଦେଇଛନ୍ତି ଯେ ଜନ୍ମରୁ ଶିଶୁର ଏକାଧିକ ଥର ଏହି ରୋଗର ଚିକିତ୍ସା କରାଯାଇଛି । ମାତ୍ର ଏହା ଫଳପ୍ରଦ ହୋଇପାରିନଥିଲା।

ସିନିୟର କନ୍ସଲଟାଣ୍ଟ ତଥା ଇଏନ୍‌ଟି ଏବଂ ସ୍କଲ ବେସ୍ ସର୍ଜରୀର ମୁଖ୍ୟ ଡକ୍ଟର ରାଧାମାଧବ ସାହୁଙ୍କ ଦ୍ୱାରା ଏକ ନମନୀୟ ବ୍ଲୋଙ୍କସ୍କୋପି କରାଯାଇଥିଲା ଯାହା ଦ୍ୱାରା ଜଣାପଡିଥିଲା ଯେ ଶିଶୁଟି ଲାରିଙ୍ଗୋମାଲାସିଆରେ ପୀଡିତ ଥିଲା, ଯେଉଁଥିରେ ଶିଶୁଟିର ଭୋକାଲ୍ କର୍ଡରେ ଫ୍ଲପି ଟିସୁ ବାୟୁପଥରେ ସମସ୍ୟା ସୃଷ୍ଟି କରିଥିଲା। । ଏହା ଫଳରେ ନିଶ୍ୱାସ ପ୍ରଶ୍ୱାସରେ ଶବ୍ଦ ହୁଏ ଯାହାକୁ ଷ୍ଟ୍ରଡର୍ କୁହାଯାଏ ।

ଯେହେତୁ ଶିଶୁଟି ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିଲା ଏବଂ ନିମୋନିଆରେ ଆକ୍ରାନ୍ତ ହେଲା ଡକ୍ଟର ସାହୁଙ୍କ ପରାମର୍ଶ ଅନୁଯାୟୀ ସୁପ୍ରାଗ୍ଲୋଟୋପ୍ଲାଷ୍ଟି ନାମକ ଏକ ସର୍ଜିକାଲ୍ ପଦ୍ଧତି କରିବାକୁ ନିଷ୍ପତ୍ତି ନିଆଗଲା । ଦୀର୍ଘ ସମୟ ଧରି ଆଲୋଚନା ପରେ ଏଣ୍ଡୋସ୍କୋପିକ୍ ଏୟାରୱେ ସର୍ଜରୀ କରାଯାଇଥିଲା । ଡକ୍ଟର ସାହୁ ଏବଂ ତାଙ୍କ ଟିମର ଆନାସ୍ଥାସିଷ୍ଟ ଡକ୍ଟର ସବ୍ୟସାଚୀ ତ୍ରିପାଠୀଙ୍କ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଶିଶୁଟି ପରବର୍ତ୍ତୀ ସମୟରେ କିଛି ଦିନ ପାଇଁ ଆଇସିୟୁରେ ରହି ସୁସ୍ଥ ହୋଇ ଥିଲା। ବର୍ତ୍ତମାନ ତାହାର ଶ୍ୱାସକ୍ରିୟାରେ କୌଣସି ଅସୁବିଧା ନାହିଁ । ଶିଶୁଟି ସୁସ୍ଥ ହୋଇ ଖାଇବା-ପିଇବା କରୁଥିବାରୁ ତାଙ୍କ ପିତାମାତା ଖୁସି ପ୍ରକଟ କରିଛନ୍ତି ।

ଡକ୍ଟର ସାହୁ କହିଛନ୍ତି ଯେ, ଲାରିଙ୍ଗୋମାଲାସିଆ ପ୍ରାୟ ୮୦ ପ୍ରତିଶତ କ୍ଷେତ୍ରରେ ସାମାନ୍ୟ କିନ୍ତୁ ୧୦ ରୁ ୨୦ ପ୍ରତିଶତ କ୍ଷେତ୍ରରେ ଏହା ଗୁରୁତର ହୋଇପାରେ । ଏହି ରୋଗରେ ପୀଡିତ ଶିଶୁମାନେ ଶ୍ୱାସକ୍ରିୟାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ସଠିକ୍ ଭାବରେ ଖାଇବାକୁ ଏବଂ ବଢିବାକୁ ଅସମର୍ଥ ହୋଇଥିଲେ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଶିଶୁଟିର ଡାକ୍ତରଖାନାରେ ମାଗଣାରେ ଅସ୍ତ୍ରୋପଚାର କରାଯାଇଥିଲା । ଅନେକ କଷ୍ଟସାଧ୍ୟ ବାୟୁପଥ ରୋଗର ସମାଧାନ ପାଇଁ ସମମ୍ ଏକ କେନ୍ଦ୍ର ଭାବରେ ଉଭା ହୋଇଛି ବୋଲି ଡକ୍ଟର ସାହୁ କହିଛନ୍ତି ।

Leave a comment

Your email address will not be published. Required fields are marked *