#Breaking News

ଦୋରଡ଼ ରେ ମହିମାସ୍ୱାମୀ ଙ୍କ ମନ୍ଦିରରେ ଜଳିଲା ଝାଡ଼


ଆଠଗଡ(ଉଲାପ୍ର)ଆଠଗଡ ଦୋରଡ଼ ଗ୍ରାମରେ ଥିବା ମହିମାସ୍ୱାମୀ ଙ୍କ ମନ୍ଦିରରେ ମାଘମାସ ତ୍ରୟୋଦଶୀ ତିଥିରେ ଜଳିଲା ଝାଡ଼, ଏହି ମନ୍ଦିରର ବିଶେଷତ୍ୟ ହେଲା ମହିମାସ୍ୱାମୀ ଆଠଗଡ ନିକଟରେ ଥିବା ମାଳବିହାରପୁର ଗ୍ରାମର ଆଦ୍ୟଧାମ ରେ ଧୁନି ଜାଳିବା ପରେ ମହିମାସ୍ୱାମୀ ଚାଲିଚାଲି ଆଠଗଡ ଦେଇ ଗାଦି ଜୋରନ୍ଦା

ଯାଉଥିବା ସମୟରେ ଦୋରଡ଼ ଗ୍ରାମରେ ଏହି ଠାରେ ରାତ୍ରିଯାପନ କରିଥିଲେ, ସକାଳ ହୋଇଯିବାରୁ ମହିମାସ୍ୱାମୀ ମନ୍ଦିରରେ ବାଡ଼ି ଛାଡି ଦେଇ ଜୋରନ୍ଦା ଅଭିମୁଖେ ଚାଲି ଯାଇଥିଲେ,ସେବେଠାରୁ ଏହି ମହିମାସ୍ୱାମୀ ମନ୍ଦିରରେ

ବେତବାଡି ପୂଜା ପାଇ ଆସୁଛି।ଯଦି କୌଣସି ବ୍ୟକ୍ତି ଡରିଛି କିମ୍ବା ଚମକିଛି କିମ୍ବା ଦେହ ଅସୁସ୍ଥ ହୁଏ ସେହି ବେତବାଡି ପାଣି ପିଆଇ ଦେଲେ ରୋଗ ଭଲ ହୋଇଯାଏ ବୋଲି ଏବେବି ବିଶ୍ୱାସ ରହିଛି।

Leave a comment

Your email address will not be published. Required fields are marked *