#Exclusive

ରଥଯାତ୍ରାକୁ ନେଇ ଆଉ ଏକ ମାମଲା: ସୁପ୍ରିମକୋର୍ଟ ଗଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ: ରଥଯାତ୍ରା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟରେ ସୃଷ୍ଟି ହୋଇଛି ମିଶ୍ରିତ ପ୍ରତିକ୍ରିୟା । ରଥଯାତ୍ରା କରାଯିବା ଓ ନକରାଯିବା ନେଇ ଚାଲିଛି ବିତର୍କ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ଅନ୍ୟପକ୍ଷରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ଦିବ୍ୟସିଂହ ଦେବ ରଥଯାତ୍ରା ସପକ୍ଷରେ ନିଜର ମନ୍ତବ୍ୟ ଦେଇଛନ୍ତି ।  ରଥଯାତ୍ରା ନିମନ୍ତେ ସୁପ୍ରିମକୋର୍ଟରେ ପ୍ରାୟ ଦେଢ଼ ଡ଼ଜନ ମାମଲା ରୁଜୁ ହୋଇଛି । ଏହି ପରିପ୍ରେକ୍ଷୀରେ ନିଷ୍ପତ୍ତିର ସଂଶୋଧନ କିମ୍ବା ସ୍ପଷ୍ଟୀକରଣ ନିମନ୍ତେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଆସନ୍ତାକାଲି ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ।

Leave a comment

Your email address will not be published. Required fields are marked *