#Breaking News #Uncategorized

ନରସିଂହପୁରରେ ଦୈନିକ ପରିବା ବଜାର ଉପରେ ଚଢ଼ାଉ


ନରସିଂହପୁର-(ଉ ଲା ପ୍ର)
ନରସିଂହପୁର ଦୈନିକ ପରିବା ମାର୍କେଟ ଉପରେ ଅତିରିକ୍ତ ତହସିଲଦାର ଓ ନରସିଂହପୁର ପୋଲିସ ଚଢ଼ାଉ କରିଥିଲେ ମାତ୍ର ସାମାଜିକ ଦୂରତ୍ୱ କେଉଁଠି ରହୁନାହିଁ।ପୂର୍ବବର୍ଷ ପରି ଚଳିତ ଲକ ଡାଉନ ସମୟରେ କ୍ଳବ ପଡ଼ିଆରେ ପରିବା ବଜାର ବ୍ୟବସ୍ତା କରାଗଲେ କାରୋନା ନିୟନ୍ତ୍ରଣ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।ମାଛ ବଜାର ଓ ପରିବା ବଜାର ଏକାଠି ହୋଇ ଦୈନିକ ମାର୍କେଟରେ ବସୁଥିବାରୁ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି।ନରସିଂହପୁର ବ୍ଲକ କୋଭିଡ୧୯ପରିଚାଳନା କମିଟି ଅଧକ୍ଷ,ନରସିଂହପୁର ବିଡ଼ିଓ, ଦୃଷ୍ଟି ଦେବାକୁ ବୁଦ୍ଧି ଜୀବୀମାନେ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *