#Uncategorized

ଦାରିଙ୍ଗବାଡି ପୋଲିସର ମାସ୍କ ଚେକିଙ୍ଗ ଅମାନିଆ ତଣ୍ଡ ଗଣିଲେ


ଫୁଲ ବାଣୀ- (ସୁନୀଲ ପଟନାୟକ)
କିଛି ମାସ ଧରି ନିରବ ରହିଥିବା କନ୍ଧମାଳ ପୋଲିସ ଏବେ ବେଶ କିଛି ସକ୍ରିୟ ହୋଇ ଉଠିଛି। କରୋନାର ଦ୍ଵିତୀୟ ଲହରପୁଣି ଲମ୍ବା ଡିଆଁମାରି ମାଡିଆସୁଥିବାରୁ ରାଜ୍ୟ ସରକାର ମଧ୍ୟ ବହୁପୂର୍ବରୁ ଜିଲାପୌଲିସ ଓ ପ୍ରଶାସନକୁ
ମାସ୍କ ପିନ୍ଧିବା, ସାମାଜିକ ଦୁରତାବଜାୟ ରଖିବା, ଅଜଥା ଗହଳି କରୁଥିବା ନେଇ ଶକ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାଲାଗି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପୋଲିସ ଚୁପ ବସିଥିଲା।
ତେବେ ରବିବାର ରାଜ୍ୟ ପୋଲିସ ଡ଼ିଜି ଅଭୟ ଙ୍କ ଫୁଲବାଣୀ ଗସ୍ତର ୨୪ଘଣ୍ଟା ନ ପୁରୁଣୁ ପୋଲିସ ସକ୍ରିୟ ହୋଇ ଉଠିଛି । ସୋମବାର ଦାରିଙ୍ଗବାଡି ପୋଲିସ ଆଗୁଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ପୋଲିସ ଆଜି ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ମାସ୍କଚେକିଙ୍ଗ କରି ଅମାନିଆ ଙ୍କ ଠାରୁ ୪ହଜାର ୩ ଶହ ଟଙ୍କା ଆଦାୟ କରିଛି । ଫଳରେ ମାସ୍କ ନପିନ୍ଧି ବୁଲୁଥିବା ଅମାନିଆ ମାନେ ସାବାଡ଼ ହୋଇଯାଇଛନ୍ତି । ସେହିପରି ଦୋକାନ ମାନଙ୍କରେ ସାମାଜିକ ଦୂରତା ମଧ୍ୟ ନରଖି ଖୁଲମଖୁଲା ବ୍ୟବସାୟ ଚଳାଇଥିବା ବ୍ୟବସାୟୀମାନଙ୍କୁ ମଧ୍ୟ ତାଗିଦ କରିଥିଲେ ଥାନା ଅଧିକାରୀ କୌଶିକ ମାଝି ।
କରୋନାମୁକାବିଲା ପାଇଁ ପ୍ରଥମେ ଆଗେଇ ଆସିଥିବା ଦାରିଙ୍ଗବାଡି ପୋଲିସ ଏବେ ଲୋକଙ୍କ ପ୍ରସଂଶା ସାଉଁଟୁଛି।
ଗତ କିଛିଦିନ ତଳେ ନିରିହ ଲୋକଙ୍କୁ ମାନସୀ କଓ ଶାରିରୀକ ନିର୍ଯ୍ୟ । ତନ।ଦେବା ଆଦି ସଙ୍ଗିନ ଅଭିଯୋଗରେ ଛନ୍ଦି ହୋଇ ବ୍ୟାକ ଫୁଟକୁ ଚାଲିଆସିଥିବା ଦାରିଙ୍ଗବାଡି ପୋଲିସ ଛବି ସୁଧାରିବାରେ କିଛିଟାସଫଳ ହୋଇଥିବା ଦେଖାଯାଉଛି ।

Leave a comment

Your email address will not be published. Required fields are marked *