#Breaking News

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ରେ ଏଲିନା

ଭୁବନେଶ୍ୱର(ଉଲାପ୍ର):ପ୍ରଥମ ଥର ପାଇଁ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ପୁଲିସ୍ ଭୂମିକାରେ ଦେଖିବାକୁ ମିଳିବ। ସେ ସେ କ୍ରାଇମ୍ ବ୍ରାଞ୍ଚ ଏସ୍‌ପି ଆଇପିଏସ୍ ହର୍ଷିତା ଦେବ ଚରିତ୍ରରେ ନଜର ଆସିବେ । ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଆଗାମୀ ବିଗ୍ ବଜେଟ୍‌ର ସିନେମା ‘ଦୃଷ୍ଟିକୋଣ’ରେ ଏଲିନାଙ୍କୁ ଏମିତି ଏକ ରୂପରେ ଦେଖିବେ ସିନେ ଦର୍ଶକ। ସିନେମାରେ ଏଲିନା ଜଣେ ପୁଲିସ୍ ଭାବେ ନୀରିହ ଜନତାଙ୍କୁ କ’ଣ ନ୍ୟାୟ ଦେଇପାରିବେ ? ପୁରୁଷ

ପୁରୁଷ ଧରି ଚାଲି ଆସିଥିବା ପ୍ରଥା ଆଉ ଲୋକଙ୍କ ଦୃଷ୍ଟିକୋଣକୁ କ’ଣ ପରିବର୍ତ୍ତନ କରିପାରିବ ଆଜିର ଆଇନ୍ ? ତାହା ତ ସମୟ କହିବ । ଏବେ କିନ୍ତୁ ଚଳଚ୍ଚିତ୍ର ଓ ଏଲିନାଙ୍କ ଭୂମିକାକୁ ନେଇ ଇଣ୍ଡଷ୍ଟ୍ରିରେ ଢେର ସାରା ଚର୍ଚ୍ଚା ଏବଂ ଆଲୋଚନା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏହା ଆସୁଛି ବୋଲି ପ୍ରଥମ ପୋଷ୍ଟର ସୋସିଆଲ୍ ମିଡିଆରେ ରିଲିଜ୍‌ କରି ଓଟିଟି କଞ୍ଚାଲଙ୍କା ପକ୍ଷରୁ ସୂଚନା ଦିଆଯାଇଛି ।

ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କ୍ରିଏଟିଭ୍ ନିର୍ଦ୍ଦେଶକ ସୁଶାନ୍ତ ମଣି ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ। କାହାଣୀ ରଚନା ନିଜେ ଶ୍ରୀ ପରିଜା କରିଥିଲା ବେଳେ ସଂଳାପ ଲେଖିଛନ୍ତି ସଞ୍ଜୀତ ରଥ । ସଙ୍ଗୀତ ଦେଇଛନ୍ତି ଅନବୁ ସେଲ୍‌ଭନ । ଡିଓପିରେ କୁହୁ ମଲ୍ଲ, ଏଡିଟିଂରେ ସୁକୁମାର ମଣି ଏବଂ କଳାରେ ଲିଙ୍କନ ସହାୟତା କରିଛନ୍ତି। ଏହି ସିନେମାକୁ ନେଇ ପୂରା ଟିମ୍ ଉତ୍ସାହିତ ରହିଛି।

Leave a comment

Your email address will not be published. Required fields are marked *