#Breaking News

ବାରମ୍ଵାର ଦାବୀ ସତ୍ତ୍ଵେ ଶୁଣୁନି ପ୍ରଶାସନ ହାତୀମୁଣ୍ଡା- ମେରା ମାହା ରାସ୍ତା ମରାମତି କେବେ ?


ଫୁଲବାଣୀ- (ସୁନୀଲ ପଟନାୟକ) ବାରମ୍ଵାର ଦାବୀ କଲେ ମଧ୍ୟ ଶୁଣୁ ନି ପ୍ରଶାସନ।
ଆଗକୁ ବର୍ଷାଦିନ। ରାସ୍ତା ଅବସ୍ଥା ଅଧିକା ଖରାପ ହେବ। ଯିବାଆସିବା ମୁସ୍କିଲ ହୋଇ ଯିବ । ମରାମତି କରିବାଲାଗି ଯନ୍ତ୍ରୀଙ୍କୁ କହି କହି ଥକିଗଲେଣି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ହାତି ମୁଣ୍ଡ । – ମେରା ମାହା ଗ୍ରାମବାସୀଙ୍କଠାରୁ । ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ୯୦ ଭାଗ ପିଚୁ ଉଠିଗୁଡି ବାହାରି ଗଲାଣି। ଠାଏ ଠାଏ ସ୍ଥାନ 6ର ମେଟାଲ ବାହାରି ବଡଗାତ ମଧ୍ୟ ହେଲାଣି।
ମେରା ମାହାରୁ ହାତି ମୁଣ୍ଡାପଞ୍ଚାୟତ ୧୨କିମି ଦୂର ।
ଏହି ରାସ୍ତାରେ ମଣ୍ଡିପଙ୍ଗା ବୁଜୁଲି, କସ ବସା, ତା ମା ଙ୍ଗି, କୁମ୍ଭାରିପଦର, ପ୍ରମୁଖ ଗ୍ରାମର ୪ହଜାର ଗ୍ରାମବାସି ନିର୍ଭର କରନ୍ତି। ବର୍ଷ ବର୍ଷ ଧରି ରାସ୍ତାର ମରାମତି ନ ହେବା ଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଗଲାଣି। ବିଭିନ୍ନ ସମୟରେ ଗାଡି ମଟର ଓ ସାଇକଲରେ ଯିବାଆସିବା ଲୋକେଦୁର୍ଘଟଣା ର ସମ୍ମୁଖୀନ ହୋଇ ମୃତ୍ୟବରଣ କରୁଥିବା ଗ୍ରାମର ୱ।ର୍ଡ ମେମ୍ବର ଶୁଶିଲ ସୁନା ମାଝି, ଆଲିଆ ସ ବଡ଼ସେଠ,ପ୍ରମୁଖ ଅଭିଯୋଗ କରିଛନ୍ତି ।
ରାସ୍ତା ମରାମତି ପାଇଁ ଦୀର୍ଘବର୍ଷ ଧରି ଦାବୀ ହେଉଥିଲେ ମଧ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ, କିମ୍ବା ଏସଡିଓ ମଧ୍ୟଶୁଣୁ ନାହାନ୍ତି।
ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏଥି ପ୍ରତି ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେ ଗ୍ରାମବସି ଉପକୃତ ହୋଇପାରନ୍ତେ ବୋଲି ମହେନ୍ଦ୍ରମଲିକ, ଯାଦବ ମଲିକ, ମୁନା ନା ଏକ ପ୍ରମୁଖ କହିଛନ୍ତି । ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରେ ସେ ଏହାର ତଦନ୍ କରି ମରାମତି ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ।
ତେବେ ଏହି ରାସ୍ତା କେବେ ମରାମତି ହେଉଛି ତାହା ଦେଖିବାର କଥା।

Leave a comment

Your email address will not be published. Required fields are marked *