#Breaking News #Uncategorized

ନରସିଂପୁର ରେ ପଞ୍ଚ।ୟତ ସ୍ତରୀୟ କରୋନା ପରୀକ୍ଷା

ନରସିଂହପୁର (ଉଲାପ୍ର)
ନରସିଂହପୁର ବ୍ଲକ ପ୍ରଶାସନ ଓ ସ୍ଥାନୀୟ ମେଡିକାଲର ମିଳିତ ସହଯୋଗରରେ ଆଜି ଜୟମଙ୍ଗଳ ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ସରପଞ୍ଚ ରତ୍ନପ୍ରଭା ପଣ୍ଡା ଙ୍କ ନେତୃତ୍ୱରେ ଗ୍ରାମର ସମସ୍ତ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ କରୋନା ପରୀକ୍ଷା କରାଯାଇଥିଲା। ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକମାନେ ପରୀକ୍ଷାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ, ଆସାକର୍ମୀମାନେ ଯୋଗଦେଇଥିଲେ। ସେହିପରି ବାଲିସାହି ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଶା କର୍ମୀ ଶଶୀକଳା ଓଝା, ପ୍ରଭାସିନୀ ଦାସ, ଅଙ୍ଗନବାଡ଼ି କର୍ମୀ ନିରୂପମା ନାଏକ, ସଂଧ୍ୟାରାଣୀ ବେହେରା, ସରପଞ୍ଚ ଭାଗ୍ୟଲଷ୍ମୀ ଓଝା, ସମିତିସଭ୍ୟ ଶକ୍ତି ମିଶ୍ର ଓ ସମାଜସେବୀ ସଞ୍ଜୟ କୁମାର ଓଝା ପ୍ରମୁଖ ସାମିଲ ହୋଇଥିଲେ।

Leave a comment

Your email address will not be published. Required fields are marked *