#Exclusive

‘କରୋନା’ ବିରୋଧରେ କଳାକାର

ଭୁବନେଶ୍ୱର (୧୮/୦୩/୨୦୨୦) (ବ୍ୟୁରୋ)ରାତି ହେଲେ ରଙ୍ଗୀନ ଆଲୁଅରେ ସେମାନେ ଜଲୱା ଦେଖାନ୍ତି। ଷ୍ଟେଜ୍‌ ଦୁଲୁକେ, ଆଉ ଦର୍ଶକଙ୍କ ତାଳି ବର୍ଷା ହୁଏ। ହେଲେ ଆଜି ‘କରୋନା’ ପାଇଁ ସବୁ କିଛି ଠପ୍‌ ହୋଇଯାଇଛି। ‘କରୋନା’ର ମୁକାବିଲା ପାଇଁ ସେମାନେ ମଞ୍ଚ ଛାଡ଼ି ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା। ସେମାନେ ଗାଁରେ ଲୋକଙ୍କୁ ‘କରୋନା’ ନେଇ ସଚେତନତା କରିବା ସହିତ ବାଣ୍ଟିଛନ୍ତି ମାସ୍କ ଓ ସାବୁନ।

‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ରାଜ୍ୟ ସରକାର ଗତ ୧୩ ତାରିଖରେ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ଆଗେଇ ଆସିଥିଲେ ଜିଲ୍ଲା ପ୍ରଶାସନ। ଯେଉଁଥିପାଇଁ ଯାତ୍ରା ପରିବେଷଣ ମନୋରଞ୍ଜନ ଉପରେ ଲାଗିଲା ରୋକ। ଅଧା କ୍ୟାମ୍ପ ଛାଡ଼ି କଳାକାରମାନେ ଘରକୁ ଫେରିଲେ। ତେବେ ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ସରକାର ଅଧିକ ସତର୍କ ହୋଇଛନ୍ତି। ମହାମାରୀ ‘କରୋନା’ର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ଯାତ୍ରା କଳାକାର।

Leave a comment

Your email address will not be published. Required fields are marked *