#Breaking News #Uncategorized

କରୋନାକଟକଣା ସତ୍ତ୍ଵେ କନ୍ଧମାଳ ପରିବହନ ବିଭାଗର ୭କୋଟି୮୬ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ,


ଫୁଲବାଣୀ-( ସୁନୀଲ ପଟନାୟକ) ମହାମାରୀ କରେ । ନା କଟକଣା ସତ୍ତ୍ଵେ ଗତ ୨୦୨୦ / ୨୧ଆର୍ଥୀକ ବର୍ଷରେ କନ୍ଧମାଳ ପରିବହନ ବିଭାଗ ପକ୍ଷରୁ ୭କୋଟି୮୬ ଲକ୍ଷ ୪୮ହଜାର୬୬୦ ଟଙ୍କା ରାଜସ୍ଵ ଆଦାୟ ହୋଇଥିବା ପରିବହନ ବିଭାଗ ପକ୍ଷରୁ ଜଣାପଡିଛି । କରେ । ନା ସଂକ୍ରମଣ ଦୃଷ୍ଟିରୁ ଗତବର୍ଷ ସରକାରଙ୍କ କରେ । ନା କଟକଣା ପ୍ରକାରେ ମାର୍ଚ୍ଚ ମାସରୁ ପାଖାପାଖିନଭେମ୍ଵର ମାସ ଯାଏ ପରିବହନକାର୍ଯ୍ୟାଳୟ ବନ୍ଦ ରହିଥିଲା। ଫଳରେ ସରକାର ଗତ ୨୦୨୦/୨୧ ବର୍ଷ ରେ ରାଜସ୍ୱ ସଂଗ୍ରହ ପାଇଁ କୌଣସି ଲକ୍ଷ୍ୟଧାର୍ଯ୍ୟ କରିନଥିଲେ ମଧ୍ୟ ବିଭାଗ ର ଅଧିକାରୀ, ଜୁନିୟରଏମଭିଆଇ, ଟିଆଇଓ ଅନ୍ୟ କର୍ମଚାରୀମାନଙ୍କ ନିଷ୍ଠା ଓ ଆନ୍ତରିକଉଦ୍ୟମ ଫଳରେ ବିଦ୍ଭାଗ ପକ୍ଷରୁ ୭କୋଟି୮୬ ଲକ୍ଷ ୪୮ହଜାର ୬୬୦ ଟଙ୍କା ଆଦାୟ ହୋଇପାରିଛି ।
ସେହିପରି ଗତ ୨୦୧୯/୨୦ବର୍ଷରେ ସରକାର ବିଭାଗକୁ ୧୩କୋଟି ୩୩ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିବାବେଳେ ବିଭାଗ ପକ୍ଷରୁ ୧୨କୋଟି ୨୬ ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା।
କରେ । ନା ସଂକ୍ରମଣ ପାଇଁ ସରକାର ଗତ ୨୦୨୦ ମାର୍ଚ୍ଚ ୧୭ରୁ ଦେଶବ୍ୟାପୀ ସଟ ଡାଉନ ଘୋଷଣା କରିଥିଲେ। ନଚେତ ଲକ୍ଷ୍ୟଠାରୁ ଢେର ଅଧିକା ରାଜସ୍ଵ ସଂଗ୍ରହ କରିପାରିଥାନ୍ତ। ବୋଲି କୁହାଯାଇଛି।
ସେହିପରି ଗତ ୨୦୧୮/୧୯ ବର୍ଷରେ ବିଭାଗ ଧାର୍ଯ୍ୟ ଲକ୍ଷ ଠାରୁ ରେକର୍ଡ ସଂଖ୍ୟକ ଅଧିକ । ରାଜସ୍ୱ ସଂଗ୍ରହ କରି ପ୍ରସଂଶିତ ହୋଇଥିଲା।
ସେହିପରି ଗତ ବର୍ଷ ଜିଲ୍ଲାରେ ୨୩୨୫ମାମଲା
ରୁଜୁ ହୋଇଥିଲା।୧୧୩୯ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବିଭାଗ ଜବତ କରିଛି ।
ଚଳିତ ୨୦୨୧/୨୨ରେ ରାଜସ୍ୱ ଲକ୍ଷ୍ୟଧାର୍ଯ୍ୟ ହୋଇ ନ ଥିବାବେଳେ ବିଭାଗ ପକ୍ଷରୁରାଜସ୍ୱ ସଂଗ୍ରହ ଜାରି ରହିଛି । ବର୍ତ୍ତମାନ କୋରନା ପାଇଁ ଡ୍ରାଇଭିଂ ଟେଷ୍ଟ ଅନିର୍ଦିଷ୍ଟ କାଳ ଯାଏ ବନ୍ଦ ଥିବା
ବିଶ୍ଵସ୍ତସୁତ୍ରରୁ ଜଣା ପଡିଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *