#Uncategorized

ନରସିଂହପୁର ଓକିଲ ସଂଘର ଶପଥ ପାଠ ଉତ୍ସଭ ଅନୁଷ୍ଠିତ

ନରସିଂହପୁର(ଉଲାପ୍ର)ନରସିଂହପୁର ଓକିଲ ସଂଘର ଶପଥ ପାଠ ଉତ୍ସବ ଅନୁଷ୍ଠିତ। କୋର୍ଟ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ଓକିଲ ସଂଘର ନିର୍ବାଚନ ଅଧିକାରୀ ବୀର କିଶୋର ଦେହୁରୀ ନବନିର୍ବାଚିତ ଓକିଲ ସଂଘର ସଭାପତି ନିର୍ମଲେନ୍ଦୁ ମିଶ୍ର, ଉପ ସଭାପତି ଗୋଲକ ବିହାରୀ ସାହୁ, ସମ୍ପାଦକନର ନାରାୟଣ ବାରିକ, ସହ ସମ୍ପାଦକ ଅମିୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅମର ସିଂ, ଗ୍ରନ୍ଥାଗାରିକ ମଳୟ କୁମାର ବରାଳ ପ୍ରମୁଖଙ୍କୁ ଶପଥ ପାଠ କରାଇଥିଲେ। ନରସିଂହପୁର ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ କରିବା ସହ ବିଭିନ୍ନ ଦାବୀ ସମ୍ପର୍କରେ ଓକିଲ ସଂଘର ସଭାପତି ବିଧାୟକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *