#Breaking News #Uncategorized

ନଳକୂଅ ମରାମତିରେ ନରସିଂହପୁର ବ୍ଲକ ପ୍ରଶାସନ ବିଫଳ


ନରସିଂହପୁର -( ଉ ଲା ପ୍ର )
ନରସିଂହପର ବ୍ଲକ ପ୍ରଶାସନ ତରଫରୁ ପଞ୍ଚାୟତ ଜରିଆରେ ପ୍ରତି ବର୍ଷ ପ୍ରାୟ କୋଟିଏ ଟଙ୍କା ର ନାଳକୂଳ ଯନ୍ତ୍ରାଂଶ କିଣାଯାଉଅଛି ।
ବ୍ଲକ ତରଫରୁ ଦୁଇଟି ମୋବାଇଲ ଭ୍ୟାନ ଓ କର୍ମଚାରୀ ନିୟୋଜିତ ଅଛନ୍ତି । ଏହି କଥା ବୁଝିବା ପାଇଁ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଅବସ୍ଥାପିତ ଅଛନ୍ତି । ଏହି ବ୍ଲକ ର ସମସ୍ତ ନଳକୂପ ମରାମତି ଓ ରଙ୍ଗ କରିବା ପାଇଁ ପଇସା ର ବ୍ୟବସ୍ଥା ଅଛି । ଏହି ଜଳ ସଙ୍କଟ ସମୟରେ ବ୍ଲକ୍ ପ୍ରଶାସନର ମାତ୍ର ଦୁଇଶ ମିଟର ପାଖ ରେ ସଦର ରାଜ୍ୱସ ସର୍କଲ ଅଫିସ ଆଗରେ ଥିବା ନଳକୂଅ ଟି ମରାମତି ହେଉନାହିଁ । ଅନାବନା ଗଛ ଘେରି ଯାଇଅଛି ।ଏହି ନଳକୂଅ ଟି ତୁରନ୍ତ ମରାମତି କରାଗଲେ ଇନ୍ଦ୍ର ଭବନ କଲୋନୀ ,ହାତୀ ପୋଖରୀ କଲୋନୀ ଓ କଚେରି କଲୋନୀ ଓ ସାଧାରଣ ଲୋକ ଉପକୃତ ହେବେ ।ବିଡ଼ିଓ ତୁରନ୍ତ ଏହି ନଳକୂପ ମରାମତି କରିବାର ବ୍ୟବସ୍ଥା କରନ୍ତୁ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *