#Breaking News

କନ୍ଧମାଳ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ : ପ୍ରଥମ ପର୍ଯ୍ୟାୟରେ ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ହେବ


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ସମସ୍ତ ଆଶା ଓ ଆଶଙ୍କାର ଅନ୍ତ ଘଟି ଶେଷରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଛି l ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ୩ଟି ଜିଲ୍ଲାପରିଷଦ ଜୋନ ଲାଗି ନିର୍ବାଚନ ହେବ। ବାଲିଗୁଡ଼ା ବ୍ଳକରେ ୧୪ଟି ପଞ୍ଚାୟତର ୧୮୩ ଓ କ.ନୂଆଗାଁ ବ୍ଲକର ୧୭୭ ୱାର୍ଡ ରହିଛି । ବାଲିଗୁଡ଼ା ବ୍ଳକର ୩୫ହଜାର ୧୩୬ ଓ କନୂଆଗାଁ ବ୍ଳକର ୪୪୬୦୮ ଭୋଟର ଭୋଟ ଦେବେ। ମାଓ ଅଧୁଷିତ ଦୁର୍ଗମ ବ୍ଲକ ଭାବରେ ପରିଚିତ କୋଟଗଡ଼ ଓ ତୁମୁଡିବନ୍ଧ ବ୍ଳକରେ ୨ଟି ଜିଲା ପରିଷଦ ଜୋନ ଲାଗି ଦ୍ୱିତୀୟ ପର୍ଯ୍ୟାୟ ଫେବୃୟାରୀ ୧୮ରେ ଭୋଟ ଗ୍ରହଣ ହେବ । କୋଟଗଡ଼ ବ୍ଳକର ୧୫ଟି ପଞ୍ଚାୟତର ୧୮୨ ୱାର୍ଡ ଥିବାବେଳେ, ତୁମୁଡିବନ୍ଧ ବ୍ଲକ ର ୧୧ଟି ପଞ୍ଚାୟତର ୧୩୯ ୱ।ର୍ଡ ରହିଛି । ସେହିପରି କୋଟଗଡ଼ ବ୍ଳକରେ ୩୨ ହଜାର ୨୪ ଓ ତୁମୁଡିବନ୍ଧ ବ୍ଲକ ରେ ୩୦ ହଜାର ୯୭୧ ଭୋଟର ଭୋଟ ଦେବେ। ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୦ରେ ଫୁଲବାଣୀ,ଫିରିଙ୍ଗିଆ ଓ ଖଜୁରୀପଡ଼ା ୩ଟି ବ୍ଳକରେ ୫ଟି ଜିଲା ପରିଷଦ ଜୋନ ଲାଗି ନିର୍ବାଚନ ହେବ। ଫୁଲବାଣୀ ବ୍ଳକରେ ୧୧ଟି ପଞ୍ଚାୟତ ଥିବାବେଳେ ଫିରିଙ୍ଗିଆ ବ୍ଳକରେ ୨୪ ଓ ଖଜୁରୀପଡ଼ା ବ୍ଳକରେ ୧୪ଟି ପଞ୍ଚାୟତ ରହିଛି । ଫୁଲବାଣୀ ବ୍ଳକରେ ୨୯ ହଜାର ୧୮୩ ଭୋଟର ଥିବାବେଳେ ଫିରିଙ୍ଗିଆ ବ୍ଳକରେ ୫୮ ହଜାର୯୬୫, ଓ ଖଜୁରୀପଡ଼ା ବ୍ଲକରେ ୩୮ହଜାର ୪୫୩ଜଣ ଭୋଟର ଅଛନ୍ତି l ସେହିପରି ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୨ରେ ଜି ଉଦୟଗିରି, ଚକାପାଦ ଓ ଟିକାବାଲି ବ୍ଳକର ୪ଟି ଜିଲ୍ଲାପରିଷଦ ଜୋନ ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଜି.ଉଦୟଗିରିର ୮ଟି ପଞ୍ଚାୟତର ୧୧୨ ୱାର୍ଡ ର ୨୮ ହଜାର ୯୧୦ ଭୋଟର, ଚକାପାଦ ବ୍ଳକ ର ୧୨ ପଞ୍ଚାୟତର ୧୯୯ ୱ୲ର୍ଡ ର ୩୬ ହଜାର ୮୩୬ ଭୋଟର, ଟିକାବାଲି ବ୍ଲକର ୧୧ ପଞ୍ଚାୟତ ୧୭୫ ୱାର୍ଡ଼ ର ୩୬ ହଜାର ୫୦୯ ଭୋଟର ଭୋଟ ଦେବେ। ସେହିପରି ୫ ମ ପର୍ଯ୍ୟ।ୟ ରେ ଫେବୃଆରୀ ରେ ଦାରିଙ୍ଗବାଡି ଓ ରାଇକିଆ ବ୍ଳକରେ ୪ଟି ଜିଲ୍ଲାପରିଷଦ ଜୋନରେ ନିର୍ବାଚନ ହେବ।ଦାରିଙ୍ଗବାଡି ବ୍ଳକର ୨୫ପଞ୍ଚାୟତର ୩୪୭ ୱାର୍ଡ ର ୮ହଜାର ୫୧୭ ରାଇକିଆ ବ୍ଳକର ୧୨ପଞ୍ଚାୟତର ୧୭୩ ୱାର୍ଡର ୩୯ ହଜାର ୯୦୫ ଭୋଟର ଭୋଟ ଦେବେ ବୋଲି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ l

Leave a comment

Your email address will not be published. Required fields are marked *