#Breaking News #District

କନକ କୁମାର ମାଝୀ ନୂତନ ଟାଉନ୍ ଥାନା ଅଧିକାରୀ


ଫୁଲବାଣୀ (ସୁନୀଲ ପଟ୍ଟନାୟକ)
କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା l
ଗୃହ ରକ୍ଷୀ ସଂଘ ପକ୍ଷରୁ ସଭାପତି ପ୍ରଭାତ କୁମାର ସାହାଣୀ, ସମ୍ପାଦକ ସପନ ମିଶ୍ର, ମାନବାଧିକାର ମିସନ୍ ଜିଲା ସଭାପତି ବିରlଜ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ନୂତନ ଥାନା ଅଧିକାରୀ ଙ୍କୁ ଫୁଲ ତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ୍ କରିଥିଲେ l
ମାଝୀ ଫୁଲବାଣୀ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ୍ ସମସ୍ୟା କୁ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି l ସେହିପରି ଚୋରି, ଡକାୟତି, ଅସାମାଜିକ କାର୍ଯ୍ୟକଳାପ
ଉପରେ ମଧ୍ଯ ସତର୍କ ଦୃଷ୍ଟି ଦେବାସହ ରାତ୍ରି କାଳୀନ ପେଟ୍ରୋଲିଂ ଉପରେ ଗୁରୁତ୍ଵ ଦେବେ ବୋଲି କହିଛନ୍ତି l
ମାଝୀ ଜଣେ ଦକ୍ଷ ତଥା ଯୁବ ପୋଲିସ ଅଧିକାରୀ ହୋଇଥିବାରୁ
ଲୋକଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି l

Leave a comment

Your email address will not be published. Required fields are marked *