#Breaking News #Uncategorized

ବାଲିଗୁଡା ଉପଖଣ୍ଡ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ଲକଡାଉନ ପାଇଁ କଡା ପଦକ୍ଷେପ ଗ୍ରହଣ


ବାଲିଗୁଡା,୦୫/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ 15 ଦିନିଆ ଲକଡାଉନ ଆରମ୍ଭ ହୋଇଛି | ଉପଖଣ୍ଡ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଲିଗୁଡା ସହରରେ ଯାଞ୍ଚ ବ୍ୟବସ୍ଥା ସହ ପୋଲିସ ତୁହାକୁ ତୁହା ସହରରେ ପଇଁତରା ମାରୁଛି | କେବଳ ଔଷଧ ଦୋକାନ, ଫଳ ଦୋକାନ, ତେଜରାତି ଦୋକାନ, କ୍ଷୀର ଓ ପାଉଁରୁଟି ଦୋକାନ, ବହି ଦୋକାନ କୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି | ଯାନବାହାନ ଚଳାଚଳ ବନ୍ଦ ଥିବାରୁ ଲୋକମାନେ ଚାଲିଚାଲି ଜିନିଷ କିଣୁଥିବାର ଦେଖିବାକୁ ମିଳୁଛି | ଟାଉନର ସ୍ଥାନେ ସ୍ଥାନେ ନାକା ପୋଷ୍ଟ ରେ ପୋଲିସ ରହି ଅମାନିଆ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ଚଳାଚଳ ଉପରେ ତୀକ୍ଷ୍ଣ ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି | ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ସହରରେ ବୁଲି ଲକଡାଉନ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ବୁଝାଉଛନ୍ତି | ତହସିଲଦାର ଶଶାଙ୍କ ଶେଖର ପାତ୍ର ଟାଉନର ପ୍ରତ୍ୟେକ ସାହି ସାହି ବୁଲି ସ୍ଥିତି ପରଖି ଲୋକଙ୍କୁ ସଚେତନ କରାଉଛନ୍ତି | ପୋଲିସ ପକ୍ଷରୁ ସହରକୁ ଆସୁଥିବା ପ୍ରତେକ ଯାନବାହାନ କୁ କଡାକଡି ଭାବେ ଯାଞ୍ଚ ବ୍ୟବସ୍ଥା ମଧ୍ୟ କରାଯାଉଛି |

Leave a comment

Your email address will not be published. Required fields are marked *