#Breaking News

ନରସିଂହପୁର ରେ ଡ୍ରେନ ତିଆରି ହୋଇଥିବା ରାସ୍ତା ଅଧାପନ୍ତରିଆ ଭାବେ ପଡ଼ିରହିଛି

ନରସିଂହପୁର( ସୁବ୍ରତ କୁମାର ମିଶ୍ର )
ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆପାଟଣା କୈବ୍ରତ ସାହିରେ ଡ୍ରେନ ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଛି। ୭ଲକ୍ଷ୍ୟ ଟଙ୍କା ର ସୂଚନା ଫଳକ ଲାଗିଯାଇଛି ହେଲେ ଡ୍ରେନ କାମ ଅଧ ପାନ୍ତରିଆ ଭାବରେ ପଡ଼ିରହିଛି। ପ୍ରଶାସନ ଜାଣିଶୁଣି ଚୁପ ବସିଛି, ହେଲେ ଡ୍ରେନ ତିଆରି କରିବା ସମୟରେ ରାସ୍ତା ଗୁଡିକ ଖାଲ ଖମା ହୋଇ ବିପର୍ଯ୍ୟସ୍ତ ଅବସ୍ଥାରେ ରେ ପଡି ରହିଛି। ଏହି ଖାଲ ଖମା ଗୁଡିକରେ ଛୋଟ ଛୋଟ ଶିଶୁ ପଡି ବାରମ୍ବାର ଖଣ୍ଡିଆ ଖାବରା ହୋଇ ମେଡିକାଲ ରେ ପଡୁଛନ୍ତି। ଗାଡି ମଟର ନେବା ଆଣିବା ପାଇଁ ବହୁ ବାଧା ସୃଷ୍ଟି ହେଉଛି। ଏଥିପ୍ରତି ଡ୍ରେନକୁ ମରାମତି କରିବା ପାଇଁ ବାରମ୍ବାର ଦାବୀ ସତ୍ତ୍ୱେ କେହି ଶୁଣୁନଥିବା ଜଣାପଡିଛି। ନୂଆପାଟଣା କୈବ୍ରତ ସାହିରେ ସ୭ ଲକ୍ଷ୍ୟ ଟଙ୍କା ଅଟକଳ ବିନିମୟରେ କିଭଳି ଡ୍ରେନ କାମ ନିର୍ମାଣ ହୋଇଛି ତାହାର ତଦାରଖ ପାଇଁ ଗ୍ରାମବାସୀ ବିଡ଼ିଓ ଙ୍କୁ ଅନୁରୋଧ କରିଛନ୍ତି।

Leave a comment

Your email address will not be published. Required fields are marked *