#Breaking News #Uncategorized

ଗୁରୁଡିଝାଟିଆ ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଭୋଟ ପ୍ରଚାର


ଆଠଗଡ଼(ଉଲାପ୍ର)ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଠଗଡ଼ ବ୍ଲକରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଜୋର ଧରିବାରେ ଲାଗିଲାଣି । ଆଜି ପୂର୍ବାହ୍ନରେ ଜୋନ୍- ୦୨ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ରଞ୍ଜିତା ହେସା ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ନିର୍ବାଚନୀ ପ୍ରଚାରରେ ଗୁଡିଝାଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ସପକ୍ଷରେ ସମର୍ଥନ ଓ ଭୋଟ ଭିକ୍ଷା କରିଥିଲେ । ଏହି ନିର୍ବାଚନୀ ପ୍ରଚାର ଅବସରରେ ସେ ପ୍ରତ୍ୟେକ ମତଦାତା ମାନଙ୍କ ଘରକୁ ଘର ଯାଇ ଭେଟି ନିଜ ସପକ୍ଷରେ ସମର୍ଥନ ଓ ଭୋଟଭିକ୍ଷା କରିଥିଲେ । ଆଜିର ଏହି ନିର୍ବାଚନୀ ପ୍ରଚାରରେ ଶ୍ରୀମତୀ ହେସା ଗୁଡିଝାଟିଆ ପଞ୍ଚାୟତର ପିଠାଖିଆ, କୋତର, କୋଳଥପଙ୍ଗି, ଛୋଟିଆମ୍ବ ଓ ସାଉରୀଆ ଗ୍ରାମକୁ ଯାଇ ମତଦାତାଙ୍କୁ ଭେଟିଥିଲେ । ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ଜେନା, ଆଦିବାସୀ ହୋ ସମାଜର ରାଜ୍ୟ ସଭାପତି ହରିଶ୍ ହାଇବ୍ରୁ, ପଞ୍ଚାୟତ ସଭାପତି ହେମନ୍ତ ବିଶ୍ବାଳ, ଶ୍ରୀନିବାସ ବାରିକ, ବାବୁଲି ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ରମେଶ ବେହେରା, ରବିନ୍ଦ୍ର ପୃଷ୍ଟି, କଣ୍ଡୁ ନାୟକ, ଦେବେନ୍ଦ୍ର ବେହେରା, ବନମାଳୀ ବାବୁ, ସାଧୁ ଚରଣ ବେହେରା, ମହିଳା କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ସମେତ ବହୁ ସମର୍ଥକ ଓ ଦଳୀୟ କର୍ମୀ ମତଦାତା ମାନଙ୍କୁ ହାତ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ହେସାଙ୍କୁ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ ।

Leave a comment

Your email address will not be published. Required fields are marked *