#Exclusive

ଉନ୍ମୋଚିତ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଲୋଗୋ, ଜର୍ସି ଓ ମାସ୍କଟ

ଭୁବନେଶ୍ବର: ଫେବୃଆରୀ ୨୨ରୁ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଲୋଗୋ ଉନ୍ମୋଚିତ ହୋଇଛି। ସୋମବାର ଭୁବନେଶ୍ବରର ପୂର୍ବତଟ ରେଳବାଇ ଅଡିଟୋରିୟମରେ ପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡାର ଲୋଗୋ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ପ୍ରଥମ ଖେଲୋ ଇଣ୍ଡିଆର ଜର୍ସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରଥମ ଖେଲୋ ଇଣ୍ଡିଆର ମାସ୍କଟ ‘ଜୟ-ବିଜୟ’ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲଙ୍କ ଦ୍ବାରା ଉନ୍ମୋଚିତ ହୋଇଛି।ଆସନ୍ତା ଫେବୃଆରୀ ୨୨ରୁ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଭୁବନେଶ୍ବରର ପୂର୍ବତଟ ରେଳବାଇ ଅଡିଟୋରିମରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜ୍ଜୁ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ  ରମେଶ ପୋଖରିଆଲ, ଓଡିଶାର କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ,ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏବଂ ସାଂସଦ ତଥା କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡ.ଅତ୍ୟୁତ ସାମନ୍ତ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *