#Breaking News

ଜିଲାର ସମସ୍ୟା ନେଇ ମିଳିତ ନାଗରିକ କମିଟି ବୈଠକରେ ଉଦବେଗ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି।ଜିଲା ପ୍ରଶାସନ ର ତତ୍ପରତା ପ୍ରକାଶ ପାଉନଥିବା ଦେଖି ମିଳିତ ନାଗରିକ କମିଟି ପକ୍ଷରୁ ହାଟପଦାଠାରେ ଡ ଅରୁପ ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆବାହକ ଅଶୋକ ପରିଡା ସଦସ୍ୟ ମାନଙ୍କୁ ସ୍ୱାଗତ ଜଣାଇ ଜିଲାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।ସ୍ୱାସ୍ଥ୍ୟ ବିଭାଗ ର ଆବଶ୍ୟକ ସଂଖ୍ୟା ରେ ବିଶେଷଜ୍ଞ ଓ ଜରୁରୀ କାଳୀନ ଚିକିତ୍ସା ପାଇଁ ବ୍ୟବସ୍ଥା ନଥିବା ରୁ ଅକାଳରେ ଜୀବନ ଚାଲିଯାଉଛି।ଶିକ୍ଷା ବ୍ୟବସ୍ଥା ସଂମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।କଲେଜରେ ଶିକ୍ଷା ଦାନ ପାଇଁ ଅଧ୍ୟାପକ ନାହାନ୍ତି।ନାକମାନ୍ୟତା ପ୍ରତ୍ୟାହାର ହୋଇଗଲାଣି।ଶିକ୍ଷା ର ମାନବୃଦ୍ଧିପାଇ ଥିବା ଦୁଇ ଦୁଇଟା ବିଇଡି କଲେଜ ପ୍ରଶିକ୍ଷକ ଅଭାବରୁ ବନ୍ଦ।ରାସ୍ତା କୋଠାବାଡି ଓ ଜାତୀୟ ରାଜପଥରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ମାଦିକୁନ୍ଦା ଠାରେ ସକଡଦୁର୍ଘଟଣାରେ ମୃତ୍ୟୁ ଘଟିଛି।ପିଅନପଡା ପୋଖରୀରପୁନର ଉଦ୍ଧାର ବଦଳରେ ମାଟି ପୋତିହେଉଛି।ବିଭାଗର ଦୃଷ୍ଟି ନାହିଁ।ଫୁଲବାଣୀ ଛକସ୍ଥାନରେ ଦୁର୍ଘଟଣା ରୋକିବାକୁ ହୋଇଥିବା ବହୁମୂଲ୍ୟର ହମ୍ପସ ଅଫିସରଙ୍କ ମନ ଇଛାରେ ଉଠାଇବା ଦୁର୍ଭାଗ୍ୟ ଜନକ।ଜିଲାରେ ବହୁସଂଖ୍ୟାରେ ଅଚିହ୍ନା ମୁସଲମାନ ଙ୍କ ଅପ୍ରତ୍ୟାଶିତ ପ୍ରବେଶ ଉପରେ ପୋଲିସ ବିଭାଗର ନଜର ନାହିଁ।ଚୋରି,ଡକାୟତି, ହତ୍ୟା ଓ ଅସାମାଜିକ କାର୍ଯ୍ୟ ଦିନକୁଦିନ ବୃଦ୍ଧି ପାଉଛି,ଯାହା ଚିନ୍ତାର କାରଣ।ବିଦ୍ୟୁତ ବିଭାଗର ଦୌରାତ୍ମରେ ଲୋକମାନେ ଅତିଷ୍ଟ।ଦିନକୁ ୨୦ଥର ଲାଇନ କଟୁଥିବାବେଳେ ବର୍ଦ୍ଧିତ ବିଦ୍ୟୁତ ବିଲ୍ ମନ ଇଚ୍ଛା ଆସୁଛି।ସହରର ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏକ ବାଇପାଶ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବ ଶୀତଳ ଭଣ୍ଡାରରେ ପଡିଛି।
ସରକାରୀ ନିୟମକୁ ଉଲଂଘନକରି ଜିଲାର ଅଧିକାରୀ ମାନେ ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଧରି ରହୁଥିବାରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଉଥିବା ସଦସ୍ୟମାନେ ଆଲୋଚନା କରିଥିଲେ। ଆଗାମି ଦିନରେ ଉପରିସ୍ଥ ଅଧିକାରୀଙ୍କୁ ଏସବୁଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିବା ସହ ପ୍ରତିବାଦ ଓ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l
ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ବେହେରା, ବ୍ରଜ ପଟ୍ଟନାୟକ, ପରେଶ ମହାପାତ୍ର, ବିଜୟ ମହାନ୍ତି, ନାରାୟଣ ସାହୁ,ପ୍ରିୟ ନାଥ ଶର୍ମା,ରମେଶ ମହାନ୍ତି, ମନୋଜ ଚୌଧୁରୀ, ରାଜକିଶୋର ପାଢୀ,ସଚିଦାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମତ ବ୍ୟକ୍ତ କରିଥିଲେ।

Leave a comment

Your email address will not be published. Required fields are marked *