#Breaking News #Uncategorized

କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୨୭ନୁତନ ପଜିଟିଭ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୧୫୬ରେ ପହଞ୍ଚିଲା


ଫୁଲବାଣୀ-( ସୁନୀଲ ପଟନାୟକ) ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ ପୁଣି୨୭ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଆଜିର ୨୭ନୂଆପଜିଟିଭ କୁ ମିଶାଇ ପଜିଟିଭ ସଂଖ୍ୟା ୧୫୬ ରେ ପହଞ୍ଚିଛି । ସେହିପରି ଫୁଲବାଣୀ ସହର ସମେତ ଜିଲ୍ଲାରେ ମାଇକ୍ରୋ କଣ୍ଟେନମେଣ୍ଟ ସଂଖ୍ୟା ମଧ୍ୟ ଦିନକୁ ଦିନବୃଦ୍ଧି ପାଉଛି। ସେହିପରି କଣ୍ଟେନମେଣ୍ଟ ଏରିଆ ଓ ଅନ୍ୟ ଅଞ୍ଚଳରେ ସ୍କ୍ରିନିଙ୍ଗ ଓ ସରଭେଲାନସ ମଧ୍ୟ କରାଯାଉଛି। କେବଳ ସେତିକି ନୁହେଁ ପ୍ରଶାସନ ଓ ପୋଲିସ ସହ ର ର ବିଭିନ୍ନ ଛକ ସ୍ଥାନ ଓ ବଜାରରେ ବୁଲିବୁଲି
ମାସ୍କ ଓ ସାମାଜିକ ଦୂରତା ଚେକିଙ୍ଗ ରିତିମତ କର। ଯାଉଛି । ବସ ଷ୍ଟାଣ୍ତରେ ମଧ୍ୟ ପୋଲିସ ବସ , ଟାକ୍ସି ଓ ଅଟେ । ମଧ୍ୟ ଯାଞ୍ଚ କରୁଛି।ତଥାପି କରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧିପାଉଛି । ଫଳରେ ପ୍ରଶାସନ ଚିନ୍ତାରେ ରହିଛି । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟାଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ପ୍ରଶ। ସନ ସତର୍କ ଦୃଷ୍ଟି ରଖିଛି । ନାଇଟ କର୍ଫ୍ୟୁ କୁ ମଧ୍ୟ କଡ଼ାକଡି କରାଯାଇଛି ।
ଆଜି ଜିଲ୍ଲାରେ ୨୭ ଜଣ କରୋନାପଜିଟିଭ ମଧ୍ୟରୁ ବାଲି ଗୁଡ଼ାରୁ ୫ ଜଣ, ରାଇକିଆରୁ ୧,ଜି.ଉଦୟଗିରିରୁ ୪,ଖଜୁରୀପଡ଼ା: ୩, ଟିକାବାଲି- ୨,ତୁମୁଡିବନ୍ଧ ୨,ଫୁଲବାଣୀ ସହରରୁ ୪ଜଣ, କ.ନୂଆଗାଁରୁ ୧ ଦାରିଙ୍ଗବାଡିରୁ ୩ ଜଣ, ଫିରିଙ୍ଗିଆ ୧, ଚକାପାଦ ର ୧ଜଣ ଚିହ୍ନଟ ହୋଇଛନ୍ତି।
ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣ ଉପରେ ସତର୍କ ଦୃଷ୍ଟି ରଖାଯାଇ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି । ସେହିପରି ଅକ୍ସିଜେନ ସୁବିଧାସହ୨୦ ଆଇସିୟୁ 6ବଡ଼ସହ ଫୁଲ ବାଣୀ ରେ କୋଭିଡ଼ହସ୍ପିଟାଲ ପୁଣି ଆରମ୍ଭ ହୋଇଛି ।
ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଟିଏ ମସି ମଧ୍ୟ ଖୋଲାଯାଇଛି। ପ୍ରବାସୀ ଓଡ଼ିଆଙ୍କ ଆଗମନ ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ ସତର୍କନଜର ରଖାଯାଇଛି । ଜିଲାର ୯ଟି ପ୍ରବେଶପଥମଧ୍ୟ ସିଲ କରାଯାଇ ଯିବା ଆସିବା ଉପରେ ସତର୍କ ନଜର ରଖିବା ସହ ଥର୍ମାଲ ସ୍କାନିଙ୍ଗ କରାଯାଉଛି।

Leave a comment

Your email address will not be published. Required fields are marked *