#Breaking News

ନାଟ୍ୟ ଜଗତର ବାଦଶାହା ହରିହର ମିଶ୍ର ଆଉ ନାହାନ୍ତି


ବରଗଡ଼(ଉଲାପ୍ର)ରାଜ୍ୟ ର ସୁନାମଧନ୍ୟ ମଞ୍ଚ ନିର୍ଦ୍ଦେଶକ,କଳା ସଂଗଠକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ହରିହର ମିଶ୍ର ଙ୍କ ଆଜି ବରଗଡ଼ କଲେଜ ରୋଡ଼ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ରେ ବରଗଡ଼ ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି। ଆଜି ତାଙ୍କ ବାସଭବନରେ ବିଭିନ୍ନ କଳା ସଂଗଠକ, ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ରେ ମଞ୍ଚ ଜଗତରେ ଅପୁରଣୀୟ କ୍ଷତି ଘଟିଲା ବୋଲି ଜିଲ୍ଲା ର ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ସଂଘ ପକ୍ଷରୁ ଶୋକ ବ୍ୟକ୍ତ କରିଛନ୍ତି। ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,ଲିଟୁ ମହାନ୍ତି,ପ୍ରଦୀପ ଦେବତା, ଅଭିନେତା ପୃଥିରାଜ ନାୟକ,ସୈ।ଖିନ କଳାକାର ସଂଘ ର ସଭାପତି ଅଶ୍ବିନୀ କୁମାର ପଣ୍ଡା, ସମ୍ପାଦକ ପ୍ରଭାସ ମହଲା, ଧନୁଯାତ୍ରା ର କଂସ ଅଭିନେତା ଭୁବନେଶ୍ୱର ପଧାନ, ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ, ନୃତ୍ୟ ଗୁରୁ ଶଙ୍କର ପଟ୍ଟନାୟକ, ଗୋପାଳ ଦାସ,ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ,କୁମ୍ଭାରୀ, ଗଙ୍ଗାଧର ସ୍ମୃତି ସଦନ ର ସଭାପତି ମହେନ୍ଦ୍ର କୁମାର ମେହେର, ବୀରେନ୍ଦ୍ର ନାଗ, ଡଃ ସୁବଳ ମାଝୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

Leave a comment

Your email address will not be published. Required fields are marked *