#Breaking News

ଦିବ୍ୟାଙ୍ଗ ଥଇଥାନ କମିଶନଙ୍କ ସମୀକ୍ଷା ବୈଠକ, ଗ୍ରାମାଞ୍ଚଳର ଦିବ୍ୟାଙ୍ଗଙ୍କୁ କୋଭିଡ ଟିକାକରଣ ଉପରେ ଗୁରୁତ୍ୱାରୋପ


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ସୁଲୋଚନା ଦାସ ଆଜି ଫୁଲବାଣୀ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଦିବ୍ୟାଙ୍ଗ ଅଧିକାର ଅଧିନିୟମ-୨୦୧୬ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କନ୍ଧମାଳ ଜିଲ୍ଲାରେ ସମୁଦାୟ ୨୪,୬୨୦ ଜଣ ଦିବ୍ୟାଙ୍ଗ ଚିହ୍ନଟ ହୋଇଥିବା ଏହି ବୈଠକରେ ସୂଚନା ଦିଆ ଯାଇଥିଲା । ଜିଲ୍ଲାରେ କୌଣସି ଦିବ୍ୟାଙ୍ଗ ବାସଗୃହ ପାଇ ନ ଥିବା ଜାଣି ଉଦ୍‌ବେଗ ପ୍ରକାଶ କରିଥିଲେ କମିଶନର । ଗ୍ରାମାଞ୍ଚଳର ଦିବ୍ୟାଙ୍ଗ ମାନେ କୋଭିଡ ଟିକା ନେବାରେ ଦେଖା ଦେଉଥିବା ସମସ୍ୟା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ କମିଶନର । ସୂଚନା ଆଧାରରେ ସେଠାରେ ଦିବ୍ୟାଙ୍ଗ ମାନଙ୍କୁ ସହାୟତା ରାଶି ପ୍ରଦାନ ସହ ହ୍ଵିଲ ଚେୟାର ବଣ୍ଟନ କରାଯାଇଥିଲା । ବୈଠକରେ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡିଙ୍କ ସମେତ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave a comment

Your email address will not be published. Required fields are marked *