#Breaking News #District

ଫୁଲବାଣୀ ରେ ଶାନ୍ତିଶୃଙ୍ଖଳା ର ସହ ହୋଲି ପାଳିତ


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀସହର ସମେତ ସମଗ୍ର କନ୍ଧମାଳ ରେ ଶାନ୍ତି ଶୃଙ୍ଖଳା ର ସହ ହୋଲି ପାଳିତ ହୋଇଯାଇଛି l
ଫୁଲବାଣୀ ବାର ଏସୋ ସିଏସନ, ପ୍ରେସ କ୍ଲବ, ର ସଦସ୍ୟ ମାନେ ରଙ୍ଗ ର ପର୍ବ ହୋଲି କୁ ବେଶ ଧୁମ ଧାମ ରେ ମନାଇଥିଲେ lସେହିପରି ବିଭିନ୍ନ କ୍ଲବ, ସରକାରୀ କର୍ମଚାରୀ, ମହିଳା ସଂଗଠନ, ରାଜନୈତିକ ନେତା ଙ୍କ ସମେତ ସାହି ବସ୍ତି ରେ ପିଲାଠୁ ବୁଢ଼ା ସଭିଏଁ ଆନନ୍ଦ ସହକାରେ ହୋଲି ଖେଳିଥିବା ଦେଖିବାକୁ ମିଳିଥିଲା l ପରସ୍ପର ମଧ୍ୟରେ ସମ୍ପର୍କ ଓ ଭାଇଚାରା ସୃଷ୍ଟି ଉଦେଶ୍ୟରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତିସୁନୀଲ ପଟନାୟକ ଓ ସଦସ୍ୟ ମାନେ କେନ୍ଦୁପଦର ସ୍ଥିତ ଅନାଥାଶ୍ରମ ଯାଇ ପିଲାମାନଙ୍କ ସହ ହୋଲି ଖେଳିଥିଲେ l
ଜିଲାର ବାଲିଗୁଡା, ଟିକାବାଲି, ଦାରିଙ୍ଗବାଡି, ଫିରିଙ୍ଗିଆ, କୋଟଗଡ଼, ତୁମୁଡିବନ୍ଧ, ରାଇକିଆ, ଜି. ଉଦୟଗିରି, ଖଜୁରୀପଡା, ଚକାପାଦ, କ. ନୂଆଗାଁ, ଆଦି ସମସ୍ତ ସ୍ଥାନରେ ପରସ୍ପର ମଧ୍ୟରେ ରଙ୍ଗ ଲଗାଇ ମିଠା ବାଣ୍ଟି ହୋଲି ପର୍ବ ମନାଇଥିଲେ l

Leave a comment

Your email address will not be published. Required fields are marked *