#Breaking News

୨ ନମ୍ବର ଯୋନ ରେ କଂଗ୍ରେସ ର ମାରାଥନ ରାଲି ଓ ବାଇକ ଶୋଭାଯାତ୍ରା

ଆଠଗଡ଼(ଉଲାପ୍ର)ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଆଜି ଆଠଗଡ଼ ବ୍ଲକ୍ ର ୨ ନମ୍ବର ଜୋନର କଂଗ୍ରେସ ପାର୍ଥିନୀ ରଞ୍ଜିତା ହିସାଙ୍କ ନିର୍ବାଚନୀ ପ୍ରଚାର ଓ ଶୋଭାଯାତ୍ରା ବେଶ ଜୋରଦାର ହୋଇଛି । ପୂର୍ବାହ୍ନ ୧୧ ବେଳେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଭୋଗରା ଠାରୁ ବାହାରି ଜୋନର ସମସ୍ତ ପଞ୍ଚାୟତରେ ପହଞ୍ଚି ମତଦାତାଙ୍କୁ ନିର୍ବାଚନ ସମ୍ପର୍କରେ ସଚେତନ କରାଇବା ସହ ହାତ ଚିହ୍ନରେ ଭୋଟ ଦେଇ କଂଗ୍ରେସ ପ୍ରାର୍ଥିନୀ ଶ୍ରୀମତୀ ହେସାଙ୍କୁ ହାତ ଚିହ୍ରନରେ ଭୋଟ ଦେଇ ନିର୍ବାଚିତ କରିବାପାଇଁ ଅନୁରୋଧ କରିଥିଲ । ଆଜିର ଏହି ନିର୍ବାଚନୀ ପ୍ରଚାର ଶୋଭାଯାତ୍ରା ଭୋଗରାରୁ ବାହାରି ଡ଼ାଳଭାଗ, ଖୁଣ୍ଟୁଣୀ, କଣ୍ଡରେଇ, ରାଧାକୃଷ୍ଣପୂର , ରଧାକିଶୋର ପୁର , ଗୁରୁଡ଼ିଝାଟିଆ, ଗୋଵରା, ଛଅଗାଁ, କୁମାରପୂର, କୁସୁପଙ୍ଗି ଓ ଓରନ୍ଦା ଆଦି ଗ୍ରାମପଞ୍ଚାୟତ ଗୁଡିକୁ ପରିକ୍ରମା କରିଥିଲା । ଶୃଙ୍ଖଳିତ ବାଇକ୍ ଶୋଭାଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଏକ ଖୋଲା ଜିପରେ କଂଗ୍ରେସ ଜିଲ୍ଲା ପରିଷଦ ପାର୍ଥିନୀ ଶ୍ରୀମତୀ ରଞ୍ଜିତା ହିସାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ଓ ମତଦାତା ମାନଙ୍କୁ ଭେଟି ଭୋଟ ଭିକ୍ଷା କରିବା ସହ ହାତ ଚିହ୍ନରେ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ । ଏହି ଶୋଭାଯାତ୍ରାରେ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ଯରେ
ଆଠଗଡ ବ୍ଲକ କଂଗ୍ରେସ କମିଟି ସଭାପତି ସୁଦର୍ଶନ ସାହୁ, କିଶୋର ସାମନ୍ତରାୟ, ଅମୂଲ୍ୟ ସାମନ୍ତରାୟ, ଲୋକନାଥ ବେହେରା, ସୁରେନ୍ଦ୍ର ଜେନା, ମିନିଷ୍ଟର ପ୍ରଧାନ, ମାନସ ମଲ୍ଲିକ, ନିଶିକାନ୍ତ ସ୍ବାଇଁ, ଲକ୍ଷ୍ମୀପ୍ରିୟା ନାୟକ, ଯୁବଛାତ୍ର କଂଗ୍ରେସ ନେତା ମନୋରଞ୍ଜନ ପଟ୍ଟନାୟକ, ଓଡ଼ିଆ ରାଜ୍ୟ ଆଦିବାସୀ ସଂଘର ସଭାପତି ହରିଶ୍ ହାଇବ୍ରୁ, ରାହୁଳ ସାହୁ, ସୂର୍ଯ୍ୟକାନ୍ତ ମହାପାତ୍ର, ବାପି ଦାସ, ବିକ୍ରମ ରାୟସାମନ୍ତ, ପ୍ରଶାନ୍ତ ବେହେରାଙ୍କ ସମେତ ବହୁ ସମର୍ଥକମାନେ ଯୋଗ ଦେଇଥିଲେ ।

Leave a comment

Your email address will not be published. Required fields are marked *