#Breaking News

ଆଠଗଡ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ନମାମି ଗଙ୍ଗେ ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ

କଟକ ଜିଲ୍ଲା ଆଠଗଡ଼ ସବ୍ଡ଼ିଭିଜନ ର ବନ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳରେ ବିଜେପି ପ୍ରତିନିଧି ଦଳ ବୁଲି ପରିଦର୍ଶନ କରିବା ସହିତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଭେଟି ସମସ୍ୟା ବିଷୟରେ ବୁଝିଥିଲେ। ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ହୃଷୀକେଶ ଜେନା, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା ଆଠଗଡ଼ ବିଧାୟକ ପ୍ରାର୍ଥୀ ଶ୍ରୀ ବ୍ରଜେନ୍ଦ୍ର ରାୟ, ବରିଷ୍ଠ ବିଜେପି ନେତା ଶ୍ରୀ ବିକ୍ରମ କେଶରୀ ଦାସ, ପ୍ରକାଶ କୁମାର ସେଠୀ, ବିଚିତ୍ର କୁମାର ଜେନା, ଜଗତାନନ୍ଦ ତ୍ରିପାଠୀ, ସତ୍ୟଜିତ ମଲ୍ଲିକ, ନିର୍ମଲ ପତ୍ରୀ, ଦୀପକ କୁମାର ଦାସ, ଶ୍ରୀମତୀ ହେମ ମଞ୍ଜୁରୀ ଭଞଦେଓ, ଅଶୋକ କୁମାର ନାୟକ, କଂ ସମେତ ବହୁ ନେତୃବୃନ୍ଦ ପ୍ରତିନିଧି ଦଳରେ ସାମିଲ ହୋଇଥିଲେ।


ବନ୍ୟା ଛାଡିବାର ଦୀର୍ଘଦିନ ବିତିଯାଇଥିଲେ ବି ରାଜସ୍ବ ଓ କୃଷି ବିଭାଗର କୈଣସି ଅଫିସର ବର୍ତ୍ତମାନ ଶୁଦ୍ଧା ଆକଳନ କରିନାହାନ୍ତି ବୋଲି ଚାଷୀମାନେ ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ ଏବଂ ବର୍ତ୍ତମାନ ଶୁଦ୍ଧା ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ଦିଆଯାଇନଥିବା ମଧ୍ୟ ଅଭିଯୋଗ କରିଥିଲେ। ପ୍ରତିନିଧି ଦଳ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ଚାଷୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ଶିଘ୍ର ଚାଷୀ ମାନଙ୍କ ସମସ୍ୟା ସମାଧାନ କରାନଗଲେ ବିଜେପି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ଚରମ ବାଣୀ ଶୁଣାଇଥିଲେ।ଚାଷୀ ମାନଙ୍କ ଫସଲ ନଷ୍ଟ ର ଶିଘ୍ର ଆକଳନ କରି କ୍ଷତି ପୂରଣ ତୁରନ୍ତ ପ୍ରଦାନ କରନ୍ତୁ। ବିକଳ୍ପ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ଯଥାଶିଘ୍ର ମାଗଣା ରେ ବିହନ, ସାର, ଓ କୀଟନାଶକ ଯୋଗାଇ ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ଦାବୀ କରିଛନ୍ତି। ନହେଲେ ଆଗାମୀ ଦିନରେ ବ୍ୟାପକ ଚାଷୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ ରାଜ୍ଯ ସରକାର କୁଂ ସର୍ତକ କରାଇଦେଇଛନ୍ତି।

Leave a comment

Your email address will not be published. Required fields are marked *