#Breaking News

ଅତାବିରା ବ୍ଲକର ୫ ହାଇସ୍କୁଲ କୁ ୫ଟି ଯୋଜନା ରେ ସାମିଲ


ବରଗଡ଼:- ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣ୍ଡା,ରୁଷୁଡା,ପତରାପାଲି, ଲରମ୍ଭା,କାଦୋବାହାଲ ହାଇସ୍କୁଲ କୁ ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ୫ଟି ସ୍ମାର୍ଟ୍ କ୍ଲାସ ରୁମ ଯୋଜନା ରେ ଅନ୍ତର୍ଭୁକ୍ତ କରିଛନ୍ତି। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ପ୍ରୟାସ ରେ ଏହି ସ୍କୁଲ ଗୁଡ଼ିକ କୁ ସାମିଲ କରାଯାଇଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ଏହି ଅବସରରେ ଆଜି ରେମୁଣ୍ଡା ଏବଂ ରୁଷୁଡା ହାଇସ୍କୁଲ ରେ ସାଧାରଣ ନାଗରିକ ଙ୍କ ପକ୍ଷରୁ ଏକ ସଭା ଆୟୋଜନ କରାଯାଇ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଏହି ଯୋଜନାରେ ସାମିଲ ପ୍ରତ୍ୟେକ ସ୍କୁଲ ଗୁଡ଼ିକୁ ୬୦ ଲକ୍ଷ ଟଙ୍କା ରୁ ଅଧିକ ଅନୁଦାନ ପ୍ରଦାନ କରାଯିବ। ଯେଉଁ ଥିରେ ସ୍କୁଲ ର ଶିକ୍ଷା ବ୍ୟବସ୍ଥା କୁ ଅତ୍ୟାଧୁନିକ କରାଯାଇପାରିବ। ଏଥିରେ ସ୍ମାର୍ଟ୍ କ୍ଲାସ ରୁମ,ଇ- ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନ ଲାଇବ୍ରେରୀ, ଖେଳ ପଡିଆ,ବଗିଚା ଆଦି କରି ଶିକ୍ଷା ବାତାବରଣ କୁ ଆହୁରି ଉନ୍ନତ କରାଯାଇପାରିବ।

Leave a comment

Your email address will not be published. Required fields are marked *