#Breaking News

ଅବସର ପ୍ରାପ୍ତ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା


ବାଲିଗୁଡା,୨୯/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ତ୍ରିପାଠୀ ତାଙ୍କର ଚାକିରୀ କାଳ ଶେଷ କରି ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି। ବାଲିଗୁଡ଼ା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟାଳୟରେ କୋଭିଡ ପ୍ରୋଟୋକଲ ପାଳନ ପୂର୍ବକ ଏକ ନିରାଡ଼ମ୍ବର ଭାବେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ପୂର୍ବକ ପୁଷ୍ପଗୁଚ୍ଛ ପୂର୍ବକ କିଛି ଉପହାର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା। ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ କ.ନୂଆଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଏବଂ ବାଲିଗୁଡା ବ୍ଲକର ସମସ୍ତ ୧୬ ଜଣ ସିଆରସିସି ଉପସ୍ଥିତ ଥିଲେ। ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି କୋଭିଡ କଟକଣା ପାଳନ ପୂର୍ବକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ସିଆରସିସି ଅମୂଲ୍ୟ କୁମାର ନାୟକ, ଗୈାରୀ ଶଙ୍କର ପାଢ଼ୀ, ବଂଶୀଧର ସାହୁ,ସଚୀନ୍ଦ୍ର ପାତ୍ର, ବନବିହାରୀ ଦିଗାଲ, ଦିଗାମ୍ବର ଦିଗାଲ, ଲକ୍ଷ୍ମୀଧର ରାଉତ, ଚନ୍ଦ୍ରଭାନୁ ଭୋଇ ପ୍ରମୁଖ ଯୋଗ ଦେଇ ବିଇଓ ଶ୍ରୀ ତ୍ରିପାଠୀ ଙ୍କର ବିଗତ ଦିନର କାର୍ଯ୍ୟଶୈଳୀକୁ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ତାଙ୍କର ସୁଖମୟ ଅବସର କାମନା କରିଥିଲେ। ସେବତୀ ସ୍ୱାଇଁ , ସନ୍ତୋଷ କୁମାର ନାୟକ, ପ୍ରଶାନ୍ତ କୁମାର ମହାପାତ୍ର, ପରମେଶ୍ବର ମଲ୍ଲିକ, ବସନ୍ତ ଦାସ, ସରୋଜ କୁମାର ନାୟକ, ଭଗବାନ ସ୍ୱାଇଁ, ପ୍ରତାପ ଚନ୍ଦ୍ର ମଲ୍ଲିକ ବିଇଓଙ୍କୁ ବିଦାୟ ସମ୍ବର୍ଦ୍ଧନା କରିଥିଲେ। ଅମୂଲ୍ୟ କୁମାର ନାୟକ, ବଂଶୀଧର ସାହୁ ଓ ଭଗବାନ ସ୍ୱାଇଁଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ, ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମସ୍ତ ସିଆରସିସି ମାନଙ୍କ ତରଫରୁ କିଛି ଉପହାର ପ୍ରଦାନ କରାଯାଇଥିଲା। ମୂଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ବିଇଓ ଶ୍ରୀ ତ୍ରିପାଠୀ ତାଙ୍କର ଅଭିଜ୍ଞତା ଏବଂ ଅନୁଭୂତି ପ୍ରଦାନ କରିଥିଲେ। ଶେଷରେ ଭଗବାନ ସ୍ୱାଇଁ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ଏବଂ ମହେଶ୍ଵର ମାଝୀ ଙ୍କ ଦ୍ୱାରା ସଭା ସମାପନ ଘୋଷଣା କରାଯାଇଥିଲା l

Leave a comment

Your email address will not be published. Required fields are marked *