#Breaking News

କରୋନା ମୁକାବିଲା ଅର୍ଥ ଅନୁବାନ ଅନିୟମିତତା ଅଭିଯୋଗ, ତଦନ୍ତ ସରିଲା କାର୍ଯ୍ୟାନୁଷ୍ଠାନ କେବେ ?


ଫୁଲବାଣୀ (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲା କୁ କରେ। ନା ମୁକାବିଲା ପାଇଁ କୋଟିକୋଟି ଟଙ୍କା ଖର୍ଚ କରାଗଲା। ଏ ସବୁ ଅର୍ଥ ଅନୁବାନର ସଠିକ ବିନିଯୋଗ ନେଇ ପ୍ରଶ୍ନ ଉଠିଛି । ବିଶେଷକରି ଖଜୁରୀପଡ଼ା ବ୍ଳକ 6ର
କରୋନା ମୁକାବିଲା ଲାଗି ଆସିଥିବ।ଅନୁଦାନ ଅର୍ଥର କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ଦୁର୍ନିତୀ ଓ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାରୁ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା।ତଦନ୍ତର ପାଖାପାଖି ମାସେ ବିତିଲାଣି ହେଲେ ଏଯାଏ କୌଣସି କାର୍ଯ୍ୟା ନୁଷ୍ଠାନ ଗ୍ରହଣ ନକରାଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତଦନ୍ତ ରିପୋର୍ଟ କୁ କୁ ଆଡେ ବରୀଷ୍ଠପ୍ରଶାସନିକ ଅଧିକାରୀମାନେ ଚାପି ଦେବା ଲାଗି ଭିତିରି ଉଦ୍ୟମ କରୁଥିବା ନେଇ ଆଲୋଚନା ହେଉଛି । ଗତ ମାସେ ତଳେ ପ୍ରଶାସନର ନିର୍ଦ୍ଦେଶକ୍ରମେ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନେତୃତ୍ଵରେ ଏକ ତଦନ୍ତକାରୀ ଟିମ ଖଜୁରିପଡ଼ା ବ୍ଲକ ର ବଲ ସକୁମ୍ପା, ଟିଟ୍ରାପଙ୍ଗା ,ଗୁଦାରୀ ସମେତ ୧୪ଟି ପଞ୍ଚାୟତ ଯାଇ କୁଆଡ଼େ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଥିଲେ। ହେଲେ ତଦନ୍ତ ରିପୋର୍ଟ ରୁ କଣ ବାହାରିଲା ଜଣାପଡିନାହିଁ। ସେହିପରି ବ୍ଳକରେ ବିଲ ପାସ ନେଇ ଆଗୁଆ ପିସି ଦାବୀ କରିବା, ଜଣେ ଯନ୍ତ୍ରୀ ଙ୍କୁ ୫ଟି ପଞ୍ଚାୟତ ଦାୟୀତ୍ଵ ଦେବା, ଅଧସ୍ତନ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆଦି ସଂ।ଘାତିକ ଅଭିଯୋଗ ମାନ ଆସିଛି ଏହି ବ୍ଲକ ରୁ I ଏଣୁ ବିଭାଗରେ ଚାଲିଥିବା ଅସରନ୍ତି ଦୁର୍ନିତୀର ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନ୍ୟତ୍ର ବଦଳୀଦାବୀ ହେଉଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *