#Breaking News

ସମାଜର ସାମୁହିକ ବିକାଶ ସମ୍ପର୍କରେ ଆଲୋଚନା ଚକ୍ର

ଫୁଲବାଣୀ ( ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାର ଅଗ୍ରଣୀ ସ୍ଵେଛାସେବୀ ସଙ୍ଗଠନ ସ୍ୱାତୀ, ତରଫରୁ ରବିବାର ସମାଜର ସାମୁହିକ ବିକାଶରେ ଗଣ ମାଧ୍ୟମ ,ସାମାଜିକ କର୍ମୀ ଓ ଜନ ପ୍ରତିନିଧି ଙ୍କର ସମନ୍ୱୟ ଓ ଭୂମିକା, ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି l ସ୍ୱାତୀ ର ସମ୍ପାଦକ ହରିଶଙ୍କର ରାଉତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ଫୁଲବାଣୀ ର ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକମୁଖ୍ୟ ଅତିଥୀ, ଓ ସଂମାନିୟ ଅତିଥି ଭାବେ ଏନ ଏ ସି ଅଧକ୍ଷା ଭାନୁପ୍ରଭା ମିଶ୍ର, ପଞ୍ଚାୟତ ସମିତି ଅଧକ୍ଷା ସୁଷମା ପ୍ରଧାନ । ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ ଓ ଶିଶିର ପଟ୍ଟନାୟକ ଯୋଗ ଦେଇ ସାମୁହିକ ବିକାଶରେ ଗଣମାଧ୍ୟମ ପ୍ରତିନିଧି ,ଜନ ପ୍ରତିନିଧି ଓ ସମାଜ ସେବା ସଙ୍ଗଠନ ଗୁଡ଼ିକ ମିଳିତ ଭାବେ ଚେଷ୍ଟା ଜାରି ରଖିଲେ ସମାଜର ସାମୁହିକ ବିକାଶ ହୋଇ ପାରିବ ବୋଲି କହିଥିଲେ । ଗଣମାଧ୍ୟମ ପ୍ରତିନିଧି ସମୀର କୁମାର ପାଢୀ, କାଉନସିଲର ଲେକ୍ଚର ବୁଲିୟାନ, ସମାଜ ସେବୀ ମହମ୍ମଦ ଜିଆଉଦ୍ଧିନ , ସମାଜ ସେବୀ ପ୍ରଦୀପ ଦାଶ, ବିଷ୍ଣୁପ୍ରିୟା କହଁର ନିଜ ନିଜ ମତ ବ୍ୟକ୍ତ କରିଥିଲେ । ସ୍ୱାତୀ ରକର୍ମକର୍ତା ଗିରିଶ ସାମଲ ଓ ପ୍ରଦୀପ କୁମାର ସ୍ବାଇଁ ସମାଜ ସେବା ସଙ୍ଗଠନ ର ଭୂମିକା ସମ୍ପର୍କରେ କହିଥିଲେ । ଏଇ ଆଲୋଚନା ଚକ୍ର ରେ ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ଏବଂ ପ୍ରଦାତା ର ସମ୍ପାଦକ ତଥା ଜିଲ୍ଲାର ପ୍ରତିଷ୍ଠିତ ସମାଜସେବୀ ପ୍ରଦୀପ ଦାଶ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଆଲୋଚନା ଚକ୍ରରେଅନ୍ୟ ମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି, ନିର୍ବାଚିତ ଜନ ପ୍ରତିନିଧି ଓ ସମାଜ ସେବା ସଙ୍ଗଠନ ର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave a comment

Your email address will not be published. Required fields are marked *