#Breaking News

ମାତୃଛାୟାରେ ଗୀତା ଯଜ୍ଞ


ବରଗଡ଼:-ମାର୍ଗଶିର ଶୁକ୍ଳ ପକ୍ଷ ତ୍ରୟୋଦସୀ ତିଥି ରେ ଶାନ୍ତି ତପୋବନ ଆଶ୍ରମ ମାତୃଛାୟା ର ଶାନ୍ତିମୟ ପ୍ରାକୃତିକ ସୁରମ୍ୟ ପରିବେଶରେ ମଧ୍ୟରେ ଗୀତା ଜୟନ୍ତୀ ମହୋତ୍ସବ ପାଳିତ ହୋଇ ଯାଇଛି l
ପଣ୍ଡିତ ବାଲ୍ମୀକି ମିଶ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଗୀତା ଜୟନ୍ତୀ ରେ ପଣ୍ଡିତ ସୁଶାନ୍ତ ଦାଶ, ବ୍ୟାସ ଭାବେ କୁମାର ସବ୍ୟସାଚୀ ତ୍ରିପାଠୀ ଗୀତାପାଠ କରିଥିଲେ l କର୍ତ୍ତା ଭାବେ ସୀତା ଓ ସୁବଳ ପଧାନ ଦାଇତ୍ବ ତୁଲାଇଥିଲେ l ଏହି ଅବସରରେ ସକାଳୁ ପଣ୍ଡିତ ବାଲ୍ମୀକି ମିଶ୍ର ଙ୍କ ଦ୍ଵାରା ଶାନ୍ତି ପତାକା ଉତ୍ତୋଳନ କରିଯାଇଥିଲା। ପରେ ଗୋପୁଜନ ହୋଇ ଗୀତା ଜୟନ୍ତୀ ତଥା ଗୀତା ଯଜ୍ଞ ଅନୁଷ୍ଠିତ ହୋଇ ଅପରାହ୍ନ ରେ ପୂର୍ଣ୍ଣାହୁତି ହୋଇଥିଲା।
ଅନୁଷ୍ଠାନର ମୁଖ୍ୟ ଦେବଦତ୍ତ ତ୍ରିପାଠୀ, ଲବଙ୍ଗ ସାହୁ, ସନ୍ଦ୍ୟା ମିଶ୍ର ଓ ମାତୃଛାୟା, ବାନପ୍ରସ୍ଥ ର ଅନ୍ତେବାସୀ ମାନେ ଯୋଗ ଦେଇ ଭଗବାନ ଶ୍ରୀକୃଷ୍ଣ ଙ୍କର ଆର୍ଶୀବାଦ ଲାଭ କରିଥିଲେ l ଏହି ଉତ୍ସବରେ ବରଗଡ଼ ତଥା ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଭଗବତ ଆଶିର୍ବାଦ ଲାଭ କରିଥିଲେ।

Leave a comment

Your email address will not be published. Required fields are marked *