#Breaking News

ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ରେ ସ୍ବର୍ଗତ ମନୋରମା ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ


ଆଠଗଡ(ଉଲାପ୍ର)ପଦ୍ମଭୂଷଣ ଡ଼ଃ ରାଧାନାଥ ରଥଙ୍କ ଝିଅ ସମାଜର ପୂର୍ବତନ ସମ୍ପାଦିକା ତଥା ସାହିତ୍ୟିକା,ଆଠଗଡ ମାଟିର ସନ୍ତାନ,ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ମନୋରମା ମହାପାତ୍ରଙ୍କ ପରଲୋକରେ ସ୍ଥାନୀୟ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ର ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି,ଯୁକ୍ତ ୨ ମହିଳା ମହାବିଦ୍ୟାଳୟ ର ଅଧକ୍ଷା ସଂଯୁକ୍ତା ମହାପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପିକା ସ୍ନେହଳତା ତ୍ରିପାଠୀ,ଯୁକ୍ତ ୩ ମହିଳା ମହାବିଦ୍ୟାଳୟ ର ଅଧକ୍ଷା ସଂଗୀତା ମହାପାତ୍ର,ଯୁକ୍ତ ୨ ର ଅଧ୍ୟାପିକା ପୁଷ୍ପ ମଞ୍ଜରୀ ଦାସ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମନୋରମା ମହାପାତ୍ରଙ୍କ

ଜୀବନୀ,ଗୁଣା ବଳି,ତାଙ୍କ କାର୍ଯ୍ୟ ଶୈଳୀ ଉପରେ ବିଶେଷ ଆଲୋକପାତ କରିଥିଲେ,ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦୁଇ ମହାବିଦ୍ୟାଳୟ ର ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରୀ ମାନେ ସ୍ବର୍ଗତ ମହାପାତ୍ରଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *