#Breaking News

ନ୍ୟାୟ ଦାବୀ କରି ପରିବାର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାସ୍ଵାସ୍ଥ୍ୟକର୍ମୀଙ୍କ ଧାରଣା


ଫୁଲବାଣୀ-୨୧/୧୦.(ସୁନୀଲପଟନାୟକ)
ନ୍ୟାୟ ଦାବୀ କରି ଭିନ୍ନକ୍ଷମ ମହିଳା ସ୍ୱାସ୍ଥ୍ୟ କର୍ମୀ ସପରିବାର ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ମହିଳା ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ହେଲେ ପସରା ନିଭ ପିଏଚସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଏଏନଏମ ବିଦ୍ୟୁତଲତାନା ଏକ।
ତାଙ୍କ ସ୍ଵାମୀଦୀପକ କୁମାର ହଁସ ମଧ୍ୟ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ତେବେ ଦାରିଙ୍ଗବାଡି ସି ଏଚସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଅନ୍ତର୍ଗତ ସିଆଙ୍ଗ ବାଲି ରେ ଏଏନଏମ ଭାବେ ବିଦ୍ୟୁତ କାମ କରିବାବେଳେ, ସ୍ୱାସ୍ଥ୍ୟୁଗତ ସମସ୍ୟା ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବିଭାଗୀୟ କତୃପକ୍ଷଙ୍କୁ ଗୁହାରୀ କରି ନିରାଶ ହେବା ପରେ ଶେଷରେ ମାନବ ଅଧିକାର କମିଶନଙ୍କ ଦ୍ଵାରା ସ୍ଥ ହୋଇଥିଲେ। ମାନବ ଅଧିକାର କମିଶନଙ୍କ ନିର୍ଦ୍ଦେଶକ୍ର6ମ ବିଦ୍ୟୁତଲତାକୁ ଦାରିଙ୍ଗବାଡ଼ିସି ଆଙ୍ଗ ବାଲିରୁ ନିଜ ଗ୍ରାମପସରା କୁ ସିଡିଏମଓ ଡେପୁଟେସନରେ ଆଣିଥିଲେ । ହେଲେ ଆସିବାର ବର୍ଷଟିଏ ନ ହେଉଣୁ ପୁର ସିଡ଼ିଏମ ଓ ତେପୁଟେ ସନବୀତିଲ କରି ବା ସହ କାର୍ଯ୍ୟ କରିବାଲାଗି ଏ ଏନଏମ ବିଦ୍ୟୁତରମାନସିକ ସ୍ଥିତି କିପରି ରହିଛି ସେ ନେଇ ବ୍ରହ୍ମପୁର ମେଡିକାଲ ବୋର୍ଡରେ ହାଜର ହୋଇ ସାଟିଫିକେଟ ଆଣିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଚିଠି ଲେଖିବା ଫଳରେ ବିଦ୍ୟୁତ ଓ ତାଙ୍କ ଭିନ୍ନକ୍ଷମ ସାମ୍ବାଦିକ ସ୍ୱାମୀ ଦୀପକ ହଁ ସମଧ୍ୟ ମାନସୀ କ ଦ୍ଭାରସାମ୍ୟ ହରାଇଥିବା ଅଭିଯୋଗ ହୋଇଛି ।
ସିଡ଼ିଏ ମଓ ଏହାର ବିଚାର କରି ଡ଼େପୁଟେସନ କ୍ୟାନସେଲେସନକୁ ରଦ୍ଦ କରିବାପାଇଁ ବିଦ୍ୟୁତ ଓ ଦିପକ ପ୍ରମୁଖ ଦାବୀ କରିଛନ୍ତି । ଦୀପକ ଜଣେ ସଚ୍ଚୋଟ ଓ ନିରପେକ୍ଷ ସାମ୍ବାଦିକ ହୋଇଥିବାରୁ ତାଙ୍କୁ ଜାଣି ଶୁଣି ହଇରାଣ କରାଯାଉଥିବା ଦୀପକ ହଁସ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ହୋଇ ପଡିଛି ।

Leave a comment

Your email address will not be published. Required fields are marked *