#Breaking News

ଜାଗ୍ରତ କନ୍ଧମାଳ ପକ୍ଷରୁ ଆମ୍ୱେଦକର ଜୟନ୍ତୀ ପାଳିତ


ଫୁଲବାଣୀ( ସୁନୀଲ ପଟନ।ୟକ)
ଜାଗ୍ରତ କନ୍ଧମାଳ ପକ୍ଷରୁ ଆଜି ଫୁଲ ବାଣୀଠାରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ସକାଳୁ ଫୁଲ ବାଣୀ ସାହୀ ଠାରେ ଥିବା ଡ଼8 ବାବା ସାହେବ ଭୀମରା ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।
ଏଥିରେ ଜାଗ୍ରତ କନ୍ଧମାଳର ସଭାପତି ପ୍ରଶାନ୍ତ ମହାନ୍ତି। ସଂପାଦକ ସତ୍ୟନାରାୟଣ ବେହେରା, ଉପଜିଲାପାଳ ଶେଷଦେବ ମିଶ୍ର,ବରୀଷ୍ଠ ସାମ୍ବାଦିକସନ୍ତେ।ଷ ଡିଗଲ, ସୂର୍ଯ୍ୟ ବେହେରା,କଣ୍ଠଶିଳ୍ପୀ ଜଳନ୍ଧର ବେହେରା,ଜିଲା ମଙ୍ଗଳ ଅଧିକାରୀ, ସହ ସଂପାଦକରମେଶ ପ୍ରଧାନ ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ ।
ଏହି ଅବସରରେ ପ୍ରେସ କ୍ଳବଠାରେ ସଂପାଦକ ସତ୍ୟନାରାୟଣ ବେହେରାଙ୍କ ସଭାପତି ଦୂରେ ଆୟୋଜିତ ସଭାରେ ଅତିଥିମାନେ ଯୋଗଦେଇ ସମ୍ବିଧାନ ପ୍ରଣୟନ ଓ ସମାଜ ସୁଧାର ଦିଗରେ ଡଃ.ଭୀମରାଓ ଆମ୍ବେଦକରଙ୍କ ଗୁରୁତ୍ଵ ପୁର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ । ଆମ୍ୱେଦକର ସମ୍ବିଧାନ ପ୍ରଣୟନ ସହିତ କିପରି ପ୍ରତ୍ୟେକ ମଣିଷ ସୁଖ ସ୍ୱଛନ୍ଦରେ ଉଚିତ ନ୍ୟାୟୀକ ଅଧିକାର ପାଇପାରିବ ସେଥିପ୍ରତି ଦୃଷ୍ଟିଦେଇଥିଲେ ବୋଲି ବକ୍ତାମାନେ ମତ ଦେଇଥିଲେ ।
। ଶେଷରେ ଜାଗ୍ରତ କନ୍ଧମାଳର ସହ ସଂପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

Your email address will not be published. Required fields are marked *