#Breaking News

ଓଡ଼ିଶା ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘ ରବୈଠକ


ବରଗଡ :-(ସତ୍ୟ ନାରାୟଣ ପ୍ରଧାନ)
ଆଜି ସ୍ଥାନୀୟ ବୈଶ୍ନୋଦେବୀ ମନ୍ଦିର ପ୍ରାଙ୍ଗଣ ରେ ଓଡ଼ିଶା ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘ ର ବରଗଡ ଜିଲ୍ଲା ଶାଖା ର ଏକ ବୈଠକ ଅନୁଷ୍ଠିତ ସଭାପତି ବଳରାମ ସେଠ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି। ସରକାର ଚୁକ୍ତି ଭିତ୍ତିକ କର୍ମଚାରୀ ମାନଙ୍କ ଦାବୀ କୁ ଅଣଦେଖା କରୁଥିବା ରୁ ସଭାରେ ସରକାର ଙ୍କ ମନୋଭାବ କୁ ବିରୋଧ କରାଗଲା ଏବଂ ରାଜ୍ୟ ସଂଘ ର ଡାକରା ରେ ଭବିଷ୍ୟତ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନ ରେ ଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନରୋତ୍ତମ ପଣ୍ଡା,ଅରୁଣ କୁମାର ରଥ,ଧର୍ମରାଜ ଭୋଇ,ଗାୟତ୍ରୀ ଦେବୀ, ସୁଶ୍ରିତା ମହାପାତ୍ର ଆଦି କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।ସଭା ଶେଷରେ ପରେଶ୍ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *