#Breaking News

ବିରଳ କୃତିତ୍ଵ ଚ ଖଡିରେ କୁନି ରଥ କରି ପ୍ରଶଂସା ସାଉଣ୍ଟୁଛନ୍ତି ପ୍ରତ୍ୟୁଷ


ଫୁଲବାଣୀ- (ସୁନୀଲ ପଟନାୟକ)
ଆପଣ ବଡ଼ବଡ ରଥ ଦେଖିଥିବେ ହେଲେ ଏପରି କୁନି ରଥ ବୋଧହୁଏ ଦେଖିନଥିବେ ।
ଫୁଲବାଣୀ ସହ ର ର ନଦୀ ଖଣ୍ଡି ସାହୀ ରେ ରହୁଥିବା ପ୍ରତ୍ୟୁଷ କୁମାର ଚୌଧୁରୀ ନାମକ ଜଣେ ଯୁବକ ଅତି ସୁନ୍ଦର ଓ ନିଖୁଣଭାବେ କୁନି ରଥ ନିର୍ମାଣ କରିଛନ୍ତି । ସେ ପୁଣି ଚକଖଡିରେ ଛୁଞ୍ଚି ସାହାଯ୍ୟରେ ଖୋଦେଇ କରିଛନ୍ତି । ଏହି ରଥ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ରଥର ଉଚ୍ଚତା ୨.୨ସେ ମିହୋଇଥିବାବେଳେ ଚଉଡ଼ା ୧.୮ସେମି । ଏହା ପୃଥିବୀର ସବୁଠୁ ଛୋଟରଥ ବୋଲି କହିଛନ୍ତି ପ୍ରତ୍ୟୁଷ। ରଥଯାତ୍ରା ଅବସରରେ ସେ ଏହି କୁନି ରଥ ବନେଇଥିବା କହିଛନ୍ତି।


ପିଲାବେଳଠୁ କଳା ପ୍ରତି ତାଙ୍କର ଆଗ୍ରହ ଥିଲା। ଆଉ ସେ ପିଲାଟି ବେଳୁ ହିଁ ବିଭିନ୍ନ ପ୍ରକାର କଳାକୃତି କରି ଆସୁଥିଲେ।
ଆଗକୁ ସେ କରିଥିବା ବିଭିନ୍ନ କଳାକୃତିକୁ ନେଇ ଏକ ପ୍ରଦର୍ଶନୀ କରିବେ ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି ।
ଭବିଷ୍ୟତରେ ସେ ଜଣେ ଡ଼ିଜାଇନରହେବାକୁ ଚାହୁଁଥିବା କହିଛନ୍ତି ।
ପ୍ରଥମେ ପ୍ରଥମେ ପାଠନଷ୍ଟ ହେବ ଭାବି ପସନ୍ଦ କରୁ ନ ଥିଲେ ବାପା ପ୍ରେମ ଚୌଧୁରୀ ଓ ମା ମମତା ଚୌଧୁରୀ । ହେଲେ ବର୍ତ୍ତମାନ କିନ୍ତୁ
ପୁଅର ସୁନ୍ଦର କଳାକୃତୀ ଦେଖି ଏବେ ବାପା ମା ଓପରିବାର ଲୋକେ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ।
ଏହି କୁନି ରଥ ନିର୍ମାଣ କରି ବେଶ ପ୍ରଶସାଂ ସ।ସାଉଁଟିଛନ୍ତି ପ୍ରତ୍ୟୁଷ।
ଆଗକୁ ସେ ଏଭଳି ସୁନ୍ଦର କଳାକୃତୀ କରନ୍ତୁ ଆଉ ଜିଲା , ରାଜ୍ୟ ଓ ଦେଶରେ ଖ୍ୟାତି ଅର୍ଜନ କରନ୍ତୁ ଏହା ହିଁ କାମନା।

Leave a comment

Your email address will not be published. Required fields are marked *