#Breaking News

ଜାଗ୍ରତ କନ୍ଧମାଳପକ୍ଷରୁ ଡ. ଆମ୍ବେଦକରଙ୍କ ତିରୋଧାନ ଦିବସ


ଫୁଲ ବାଣୀ(ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ପକ୍ଷରୁ ସଂଗଠନର ପ୍ରତିଷ୍ଠା ଦିବସ ସହ ସମ୍ବିଧାନ ପ୍ରଣେତା ଡ. ବି.ଆର ଆମ୍ବେଦକରଙ୍କ ତିରୋଧାନ ଦିବସ ସ୍ଥାନୀ ସଭାଗୃହ ଠାରେ ପାଳିତ ହୋଇଥିଲା ଏହି ଅବସରରେ ସକାଳୁ ଜାଗ୍ରତ କନ୍ଧମାଳ ର ସାଧାରଣ ସଂପାଦକ ସତ୍ୟନାରାୟଣ ବେହେରାଙ୍କ ନେତୃତ୍ଵରେ ସଦସ୍ୟମାନେ ପ୍ରତିମୁର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ, ‘
ପରେ ବାଜା ବାଜଣା ସହ ଏକବିର।ଟ ରାଲି ମାଦିକୁନ୍ଦା ଛକରୁ ବଜାର ଦେଇସଭାଗୃହ ନିକଟକୁ ଆସିଥିଲା।
ସ୍ଥାନୀୟ ସଭାଗୃହଠାରେ ଜାଗ୍ରତ କନ୍ଧମାଳସଭାପତି ପ୍ରଶାନ୍ତ ମହାନ୍ତି ଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପୌର କାର୍ଯ୍ୟନିର୍ବାହୀ ଅଧିକାରି ବଳଦେବ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ବରୀଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ, ଶ୍ରମିକ ନେତା ଘନଶବର, ମିଡ଼ିଆ ଫରୋମ ସଭାପତି ସୁନୀଲ ବିଶ୍ଵାଳ, ସଙ୍ଗିତଜ୍ଞତଥା ଅଭିନେତା ଜଳନ୍ଧର ବେହେରା , ବରୀଷ୍ଠ ସାମ୍ବାଦିକ ବ୍ରଜ ବିହାରି ନନ୍ଦ ପ୍ରମୁଖଙ୍କ ସମେତ ବହୁ ଅତିଥି ଯୋଗଦେଇ ସମ୍ବିଧାନ ପ୍ରଣେତାଡ.ଆମ୍ୱେଦକରଙ୍କ ସଂଘର୍ଷମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ସମାଜର ଦଳୀତ ତଥା ପଛୁଆ ବର୍ଗର ଲୋକଙ୍କ ଉନ୍ନତି ଦିଗରେ ତାଙ୍କର ଭୂମିକା କୁପ୍ରସଂସା କରିଥିଲେ । ବରୀଷ୍ଠଆଇନଜିବୀ ତଥା ସଂଗଠନର ସାଧାରଣ ସଂପାଦକ ସତ୍ୟନାରାୟଣ ବେହେରା ସଂପାଦକୀୟ ବିବରଣୀ ପାଠ କରିବା ସଂଗଠନର ଆଭିମୁଖ୍ୟ ,ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରିବାସହ ସଭାକାର୍ଯ୍ୟ ସୁଚାରୁ ରୁପେ ପରିଚାଳନା କରିଥିଲେ ।
ସେହିପରି ଉଲ୍ଲେଖନୀୟ କାର୍ଯ୍ୟପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନକୁ ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ କ୍ଷୀରୋଦ ସାହାଣୀ, ରମେଶ ପ୍ରଧାନ, ପ୍ରମୁଖଙ୍କ ସମେତ ସୂର୍ଯ୍ୟନାରାୟଣ ବେହେରା , ଆଦିତ୍ୟ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସମେତ ବୌଦ୍ଧ ନୟାଗଡ଼ ଦଶ ପଲା ପ୍ରମୁଖ ଅଞ୍ଚଳରୁ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।

Leave a comment

Your email address will not be published. Required fields are marked *