#Breaking News #Crime #District

ବାଲିଗୁଡ଼ା ପୋଲିସର ଚଢ଼ାଉ,୩କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଂଜେଇ ଜବତ, ୫ ଅଭିଯୁକ୍ତ ଫେରାର


ଫୁଲବାଣୀ ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ ଙ୍କ ବଳିଷ୍ଠ ନେତ୍ତୃତ୍ଵ ଓ ଆନ୍ତରୀକ ଉଦ୍ୟମ ରେ ପୋଲିସ ଟିମ ସଦଳ ବଳେ ସିନ୍ଧ୍ରିଗା ପଞ୍ଚାୟତ ଅନ୍ତର୍ଗତ ତେମାଙ୍ଗି ଜଙ୍ଗଲ ରେ ଚଢ଼lଉ କରି ୩ କୁଇଣ୍ଟାଲ ଦୁଇ କେଜି ଗଂଜେଇ ଜବତ କରିଛି l ତେବେ ଏଥିରେ ସଂପୃକ୍ତ ୫ଜଣ ଅଭିଯୁକ୍ତ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିବା ପୋଲିସ କହିଛି l

ଏ ସମ୍ପର୍କରେ ବାଲିଗୁଡ଼ା ପୋଲିସ ୧୭୫ /୨୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀବାବା ଶଙ୍କର କହିଛନ୍ତି l ଫେରାର ଥିବା ୫ ଜଣ ଅଭିଯୁକ୍ତ କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସରାଫକହିଛନ୍ତି l
କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଙ୍କ ସମୟୋଚିତ ପଦକ୍ଷେପ,ନିଷ୍ଠା, ଆନ୍ତରିକତା ସାଙ୍ଗକୁ ଦକ୍ଷତା ଯୋଗୁଁ ପୋଲିସ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ଜଣାପଡିଛି l
ଗତମାସ କେଇଟା ମଧ୍ୟରେ ଥାନା ଅଧିକାରୀ ବାବା ଶଙ୍କରସରାଫ ଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, ସଚେଟତା,ଦକ୍ଷତା ସାଙ୍ଗକୁ
ସମୟୋଚିତ ପଦକ୍ଷେପ ଯୋଗୁଁ ବାଲିଗୁଡ଼। ପୋଲିସ ଏକ ଶହ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରି ବେଶ ସଫଳତା ହାସଲ କରିଛି । ଗଞ୍ଜେଇ ମାଫିଆ ମାନଙ୍କ ଉପରେ ସତର୍କ ନଜର ରଖାଯାଇଛି ଓ ଏଥିରୁ ନିବୃତ୍ତ ନ ହେଲେ ଆଗକୁ ମାଫିଆ ମାନଙ୍କୁ ସାବାଡ଼ କରାଯିବ ବୋଲି ଥାନା ଅଧିକାରୀ ସରାଫ କହିଛନ୍ତି ।

Leave a comment

Your email address will not be published. Required fields are marked *