#Breaking News #Crime #District

ଗୋଛାପଡା ପୋଲିସ କୁ ମିଳିଲା ସଫଳତା, ଅଢେଇ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ


ଫୁଲବାଣୀ (ସୁନୀଲ ପଟନାୟକ )ସୋମବାର ଗୋଛାପଡା ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଚବିସ ଘଣ୍ଟା ମଧ୍ୟରେ ଦୁଇଟି ସ୍ଥାନରେ ଚଢ଼ାଉ କରି ଅଢେଇ କୁଇଣ୍ଟାଲ ରୁ ଉର୍ଧ ଗଂଜେଇ ଜବତ କରିଛି l ଗୋଛାପଡା ଥାନା ଅନ୍ତର୍ଗତ କଟ୍ରିଂଗିଆ ପଂଚାୟତ ର କତା କେରି ସ୍କୁଲ ନିକଟ ରାସ୍ତା କଡରେ ରଖି ଚାଲାଣ କରିବାକୁ ଉଦ୍ୟମ କରିବାବେଳେ ପୋଲିସ ଟିମ ଚଢ଼lଉ କରି ୨ କୁଇଣ୍ଟାଲ ୫ ୬ କେଜି ଗଂଜେଇ ଜବତ କରିଛି l ଏ ନେଇପୋଲିସ ୬ ୯ /୨ ୩ ରେ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ରଂଜିତ କୁମାର ମୁନି କହିଛନ୍ତି l ତେବେ ଏହି ଘଟଣା ରେପୋଲିସ ବୌଧ ଅଂଚଳ ର ଜୀବର୍ଧନ ମୁଖି ଓ ରାଜେନ୍ଦ୍ର ବିଶି କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଥାନା ଅଧିକାରୀ ମୁନି କହିଛନ୍ତି l

କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଙ୍କ ବଳିଷ୍ଠ ନେତୃତ୍ୱ, କାର୍ଯ୍ୟଦକ୍ଷତା, ସାଙ୍ଗକୁ ଥାନା ଅଧିକାରୀ ରଂଜିତ ମୁନି ସମୟୋ ଚିତ ପଦକ୍ଷେପ ଯୋଗୁଁ ଗତ ଦୁଇମାସ ରେ ପଚାଶ କୁଇଂଣ୍ଟାଲ ଗଞ୍ଜେଈ ଜବତ କରାଯାଇ ପାରିଛି lଫଳରେ ଗଂଜେଇ ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l
ସେହିପରି ପୋଲିସ ପେଟ୍ରୋଲିଙ୍ଗ କୁ କଡା କଡ଼ି କରି ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ବେଶ ସଫଳ ହୋଇଛି ଗୋଛାପଡା ପୋଲିସ l

ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ କରିବା ଲାଗି ମହଜୁଦ ରଖା ଯାଇଥିବା ନେଇ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରି ଜବତକରିଥିଲେ l
ତେବେ ଗଂଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତ ପୋଲିସ କୁ ଦେଖି ଘଞ୍ଚ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିବା ଥାନା ଅଧିକାରୀ ମୁନି କହିଛନ୍ତି l

ଗୋଛାପଡା ପୋଲିସ ୬ 0/୨ ୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ମୁନି କହିଛନ୍ତି lଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ରଂଜିତ କୁମାର ମୁନି କହିଛନ୍ତି lସେହିପରି ଅଂଚଳରେ ପୋଲିସ ପେଟ୍ରୋଲି ଙ୍ଗ ବ୍ୟବସ୍ଥା କୁ କଡାକଡି କରି ଅସାମାଜିକ କାର୍ଯ୍ୟ କଳାପକୁ ଦୃଢ ହସ୍ତରେ ଦମନ କରିବାରେ ସଫଳ ହୋଇଛନ୍ତି ଥାନା ଅଧିକାରୀ ମୁନି l

Leave a comment

Your email address will not be published. Required fields are marked *